ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ବର: ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀଉଦ୍ୟାନ । ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହୁଥିବାବେଳେ ଗତକାଲି ନୂଆବର୍ଷ ଥିବାରୁ ଏହାକୁ ଖୋଲା ରଖାଯାଇଥିଲା । ଏଣୁ ତା ପରିବର୍ତ୍ତେ ଆଜି ନନ୍ଦନକାନନକୁ ବନ୍ଦ ରଖାଯାଇଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତକାଲି ନୂଆବର୍ଷରେ ୩୦ ହଜାର ୫୭ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ । ଗତ ଡିସେମ୍ବର ୨୫ରୁ ୩୧ ତାରିଖ ମଧ୍ୟରେ ମଧ୍ୟରେ ୧ଲକ୍ଷ ୯୧ ହଜାର ୨୨୪ ଜଣ ପର୍ଯ୍ୟଟକ ଆସିଥିଲେ । ଯାହାକି ଗତବର୍ଷ ଗୁଡିକ ତୁଳନାରେ ବହୁ ଅଧିକ ।