ମୁଁ କ’ଣ ଭିଆଇପି?
ଆଜି ପର୍ଯ୍ୟନ୍ତ ବଲିଉଡର କୌଣସି ସେଲିବ୍ରିଟିଙ୍କ ପିଲାମାନଙ୍କୁ ତୈମୁରଙ୍କ ଭଳି ଲୋକପ୍ରିୟତା ମିଳିନଥିଲା। ତୈମୁରଙ୍କ ଜନ୍ମ ହେବା ପରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଖୁବ ଭାଇରାଲ ହୋଇଥିଲା। କୌଣସି କଳାକାର ଯେତିକି ଚର୍ଚ୍ଚାରେ ରହୁନଥିଲେ, ତାଠୁ ଅଧିକ ଚର୍ଚ୍ଚାରେ ରହୁଥିଲେ ତୈମୁର। ଏମିତି କି ବଜାରକୁ ତୈମୁର କଣ୍ଢେଇ ମଧ୍ୟ ଆସିଥିଲା।ଏବେ ତୈମୁର ବଡ଼ ହୋଇ ସାରିଥିବା ବେଳେ କ୍ୟାମେରା ଦେଖି ସେ କେଉଁ ପ୍ରଶ୍ନ ପଚାରୁଥିଲେ ତାହା ଜଣାଇଛନ୍ତି କରୀନା। ଏକ ସାକ୍ଷାତକାରରେ କରୀନା କହିଛନ୍ତି ଯେ, ଛୋଟ ବେଳେ ତୈମୁର ଜାଣିପାରୁନଥିଲେ। ଟିକିଏ ବଡ଼ ହେବା ପରେ ସେ ମୋର ଫଟୋ କାହିଁକି ଉଠାଯାଉଛି ବୋଲି ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ମୁଁ ତାଙ୍କୁ ବୁଝାଇଥିଲି ଯେ, ତୁମର ମାତାପିତା ସେଲିବ୍ରିଟି ବୋଲି ତୁମର ଫଟୋ ଉଠାଯାଉଛି। ତୁମେ ସେଲିବ୍ରିଟି ନୁହଁ। ଏହା ଶୁଣି ସେ କହିଥିଲେ, ମୁଁ କ’ଣ ଭିଆଇପି? ଉତ୍ତରରେ ମୁଁ କହିଥିଲି, ନାଁ ତୁମେ ନୁହଁ। ତୁମ ମାତାପିତା ହୋଇପାରନ୍ତି, ହେଲେ ତୁମେ ଏଯାଏ ସେଭଳି କିଛି କରିନାହଁ।