କୋରାପୁଟ ଡଙ୍ଗାବୁଡି ଘଟଣାରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

କୋରାପୁଟ: ଗତକାଲିଠାରୁ ନଦୀରେ ନିଖୋଜ ଥିବା ବ୍ୟକ୍ତିମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।  କୋରାପୁଟ ଡଙ୍ଗା ବୁଡ଼ି ଘଟଣାରେ ୫ ଜଣଙ୍କ ଜୀବନ ଯାଇଛି। ଏଭଳି ଦୁଃଖଦ ଘଟଣାରେ ଶୋକପ୍ରକାଶ କରିବା ସହ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।