ନୂଆଦିଲ୍ଲୀ: ବିହାର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ବିହାରରେ ପୁଣି ରାଜନୈତିକ ଓଲଟପାଲଟ ହେବାର ସଂଭାବନା ରହିଛି ବୋଲି ଚର୍ଚା ହେଉଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି । ଜେଡିୟୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେବାପରେ ନୀତିଶ କୁମାର ପୁଣି ଦଳର ସଭାପତି ହୋଇଛନ୍ତି । ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ନୀତୀଶ କୁମାରଙ୍କୁ ପୁଣି ଥରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋବେ ମନୋନୀତ କରାଯାଇଛି । ଅଧ୍ୟକ୍ଷ ଥିବା ଲଲନ ସିଂଙ୍କ ସହ ଆରଜେଡିର ଘନିଷ୍ଠତା ବଢ଼ୁଥିବାରୁ ନୀତୀଶ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।