ମିଛ ସାଙ୍ଗକୁ ଚିହ୍ନିବେ କିପରି ?
ଜଣେ ଉତ୍ତମ ବନ୍ଧୁ ସମ୍ମୁଖରେ ଆମେ ମନର କଥା ଖୋଲା ଖୋଲି ଭାବରେ ପ୍ରକାଶ କରିଥାଉ । ପ୍ରକୃତ ବନ୍ଧୁ କେବଳ ସୁଖ ସମୟରେ ନୁହେଂ ବରଂ ଦୁଃଖ ସମୟରେ ବି ସଦାବେଳେ ପାଖରେ ଛିଡ଼ା ହୋଇଥାଏ । କିନ୍ତୁ ଆଜିକାଲି ସମସ୍ତେ ନିଜ ମତଲବ ପାଇଁ ବନ୍ଧୁତା ସ୍ଥାପନ କରୁଛନ୍ତି । ଅଧିକାଂଶ ଲୋକେ କିନ୍ତୁ ପ୍ରକୃତ ବନ୍ଧୁ ଏବଂ ମିଛ କହୁଥିବା ବନ୍ଧୁଙ୍କ ଭିତରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ଫଳରେ ସେମାନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସମୟ ଥାଉ ଥାଉ ମିଥ୍ୟା ଓ ଖଳ ପ୍ରକୃତି ସାଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂଆବର୍ଷ ୨୦୨୪ ପାଇଁ ଆପଣଙ୍କ ରିଜଲ୍ୟୁସନ ତାଲିକାରେ ମିଥ୍ୟା ବନ୍ଧୁମାନଙ୍କ ସହ ଜଡ଼ିତ ନିମ୍ନଲିଖିତ କିଛି କଥା ବି ସାମିଲ କରିବାକୁ ଭୁଲନ୍ତୁ ନାହିଁ :
– ପ୍ରକୃତ ବନ୍ଧୁମାନେ ସବୁବେଳେ ଇମୋସନାଲ ଓ ପ୍ରାକ୍ଟିକାଲ ସପୋର୍ଟ ପ୍ରଦାନ କରିଥାନ୍ତି । ଏଭଳି ବନ୍ଧୁମାନଙ୍କ ଗହଣରେ ରହିଲେ ବ୍ୟକ୍ତି ଚିନ୍ତାମୁକ୍ତ ହେବା ସହ ଖୁସି ଅନୁଭବ କରିଥାଏ । ସେହିପରି ମିଥ୍ୟ ବନ୍ଧୁ ଆପଣଙ୍କ ଦୁଃଖ ସମୟରେ କେବେ ବି ପାଖରେ ରୁହେ ନାହିଁ । ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ବାହାନା କରି ପରିସ୍ଥିତିରୁ ଦୂରେଇବାକୁ ଚେଷ୍ଟା କରିଥାନ୍ତି । ଏପରି ବନ୍ଧୁଙ୍କ ଗହଣରେ ଆପଣ ଅସହଜ ଅନୁଭବ କରିଥାନ୍ତି ।
– ପ୍ରକୃତ ବନ୍ଧୁ ନିସ୍ୱାର୍ଥ ଭାବନାରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥାଏ ଏବଂ କୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ବନ୍ଧୁତାରୁ ଓହରି ଯାଇନଥାଏ । କିନ୍ତୁ ଅପରପକ୍ଷରେ କିଥ୍ୟ ସାଙ୍ଗମାନେ କେବଳ ଲୋକଦେଖାଣିଆ କରିଥାନ୍ତି ଏବଂ ପ୍ରକୃତ ବିପଦ ସମୟରେ ଗାୟବ ହୋଇଯାନ୍ତି ।