ବିଶ୍ୱର ବଡ଼ ଇନୋଭେସନ କେନ୍ଦ୍ର

ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ବମ୍ବେ ସହ ମିଶି ଦେଶର ସର୍ବବୃହତ ଟେଲିକମ୍ କମ୍ପାନି ଜିଓ “ଭାରତ ଜିପିଟି” ନିର୍ମାଣ କରିବା ଉପରେ କାର୍ଯ୍ୟ କରୁଛି । ଏଥି ସହିତ କମ୍ପାନି ମଧ୍ୟ ଟେଲିଭିଜନ ପାଇଁ ଏକ ନୂଆ ଅପରେଟିଂ ସିଷ୍ଟମ୍ ଆରମ୍ଭ କରିବା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ଆଇଆଇଟି-ବମ୍ବେର ବାର୍ଷିକ ଟେକ୍ ଫେଷ୍ଟରେ ଯୋଗ ଦେଇ ଆକାଶ ଅମ୍ବାନୀ ଏହା କହିଛନ୍ତି ।କମ୍ପାନୀ ପାଇଁ ବିକାଶର ପରିବ୍ୟବସ୍ଥା ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ “ଜିଓ ୨.୦’ର ଭିଜନ ଉପରେ କାମ ଚାଲିଥିବା ସେ ପ୍ରକାଶ କରିଛନ୍ତି । ଜିଓ ପକ୍ଷରୁ ଆଇଆଇଟି ବମ୍ବେ ସହିତ ଏକ ଭାରତ ଜିପିଟି କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ଏକ ପ୍ରକଳ୍ପ ଉପରେ କାମ କରାଯାଉଥିବା ସୂଚନା ଦେବା ସହିତ ବର୍ତ୍ତମାନ ଲାର୍ଜ ଲାଙ୍ଗୁଏଜ୍ ମଡେଲ ଏବଂ ଜେନେରେଟିଭ୍ ଏଆଇ ଉପରେ କାମ ଚାଲିଥିବା ସେ କହିଛନ୍ତି । ଏଆଇ ଅର୍ଥ ଆର୍ଟିଫିସିଆଲ ଇଂଟେଲିଜେନ୍ସ, କିନ୍ତୁ ଏହା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଆଗାମୀ ଦିନରେ ଦେଶ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ, ପ୍ଲାଟଫର୍ମ ନିର୍ମାଣ ଦିଗରେ ଜିଓ କାର୍ଯ୍ୟ କରୁଥିବା ପ୍ରକାଶ କରି ଏହି କ୍ଷେତ୍ରରେ କମ୍ପାନୀ ଗଣମାଧ୍ୟମ, ବାଣିଜ୍ୟ, ଯୋଗାଯୋଗ ଏବଂ ନୂଆ ଉପକରଣ ବା ଡିଭାଇସ ଉପରେ ମଧ୍ୟ କାର୍ଯ୍ୟ କରୁଥିବା ସେ କହିଛନ୍ତି ।