ମାଲକାନଗିରିରୁ ଉଡ଼ିବ ବିମାନ

ଭୁବନେଶ୍ବର: ମାଲକାନଗିରିରୁ ଉଡ଼ିବ ବିମାନ  । ଉପାନ୍ତ ଜିଲ୍ଲା ମାଲକାନଗିରିରୁ  ବିମାନ ଉଡିବାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଆସନ୍ତା ଜାନୁଆରୀ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଲୋକାର୍ପଣ କରିବେ ବୋଲି ଜଣାପଡିଛି । ଯାତ୍ରୀବାହୀ ବିମାନ ସେବା ଆରମ୍ଭ ପାଇଁ ମାଲକାନଗିରି ବିମାନବନ୍ଦରରେ ସମସ୍ତ କାର୍ଯ୍ୟ ଚାଲିଛି ।  ରନଓ୍ବେ, ପାଚେରୀ, ଏଟିସି ଟାଓ୍ବାର, ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ସରିଛି । ପ୍ରଥମ ପର୍ଯ୍ୟାୟରେ ଏଠାରୁ ୯ ଆସନ ବିଶିଷ୍ଟ ବିମାନ ସେବା ଆରମ୍ଭ ହେବା ସମ୍ଭାବନା ଅଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କରିବା ଲାଗି ସମସ୍ତ ବୈଷୟିକ ସହାୟତା ପ୍ରଦାନ କରାଯାଉଛି । ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷଙ୍କର ଏକ ଉଚ୍ଚପଦସ୍ତ ଟିମ୍‌ ମାଲକାନଗିରି ବିମାନବନ୍ଦର ଗସ୍ତ କରି ପ୍ରସ୍ତୁତି ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି ।