ଆଜିଠୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ
ଆଜିଠୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ଭିଡ଼ ଜମାଇଛନ୍ତି ପର୍ଯ୍ୟଟକ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଖୁସି ଭରିଛି। ଆଜିଠୁ ପୁଣି ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ଦୀର୍ଘ ମାସେ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ପୂର୍ବରୁ କିଛି ସମସ୍ୟା ନେଇ ସ୍ଥାନୀୟ ଲୋକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ୫ ଦଫା ଦାବିରେ ରାସ୍ତା ଅବରୋଧ ଯୋଗୁ ମାସେ ଧରି ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା।ରାଜ୍ୟ ସରକାରଙ୍କ ଅଧିନରେ ଆସୁଥିବା କାର୍ଯ୍ୟର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ରାସ୍ତା ମରାମତି କାମ ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।