ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍: ଭାରତ ୨୦୮/୮
ସେଞ୍ଚୁରିଅନ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ୮ୱିକେଟ୍ ବିନିମୟରେ ୨୦୮ ରନ୍ କରିଛି। ପ୍ରଥମ ଦିନ ଖେଳ ବନ୍ଦ ହେବା ବେଳକୁ କେଏଲ୍ ରାହୁଲ ୭୦ରନ୍ ଓ ମହମ୍ମଦ ସିରାଜ ଖାତା ନଖୋଲି ଅପରାଜିତ ଅଛନ୍ତି। ରୋହିତ ୫ ରନ କରିଥିବା ବେଳେ ଯଶସ୍ବୀ ଜୟସ୍ବାଲ୍ ୧୭ ରନ୍ ଓ ଶୁବମନ ଗିଲ୍ ୨ରନ କରି ଆଉଟ୍ ହୋଇଥିଲେ । ବିରାଟ କୋହଲି ଓ ଶ୍ରେୟସ ଆୟର ଭାରତୀୟ ପାଳିକୁ ସଜାଡ଼ି ଥିଲେ ମଧ୍ୟ ମଧ୍ୟାହ୍ନଭୋଜନ ବିରତି ପରେ ଯୋଡ଼ି ଭାଙ୍ଗିଥିଲା। ଚତୁର୍ଥ ୱିକେଟ୍ରେ ଉଭୟଙ୍କ ମଧ୍ୟରେ ୬୮ ରନ୍ର ଭାଗୀଦାରି ହୋଇଥିଲା। କିନ୍ତୁ ରବାଡ଼ାଙ୍କ ଫୁଲ୍ ଲେଙ୍ଗ୍ଥ ବଲ୍କୁ ଖେଳି ନପାରି ଆୟର ୩୧ ରନ କରି ବୋଲ୍ଡ ହୋଇଥିଲେ। ରାହୁଲ୍ଙ୍କୁ ସାଥୀ କରି କୋହଲି ଦଳକୁ ଶତକୀୟ ସ୍କୋର୍ ଅତିକ୍ରମ କରାଇଥିଲେ। କିନ୍ତୁ କୋହଲି ୩୮ରନ କରି ଆଉଟ ହୋଇଥିଲେ । ରବିଚନ୍ଦ୍ରନ ଅଶ୍ବିନ (୮ ରନ ଓ ଶାର୍ଦୁଳ ଠାକୁର ୨୪ ରନ କରି ଆଉଟ୍ ହୋଇଥିଲେ । ରାବାଡା ୫ ୱିକେଟ୍ ସଫଳତା ପାଇଥିଲେ। ଦିନର ଶେଷ ୱିକେଟ୍ ଭାବେ ଯଶପ୍ରୀତ୍ ବୁମ୍ରା ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ରାହୁଲ କିନ୍ତୁ ସାହସିକତାର ପ୍ରଦର୍ଶନ କରି ୧୦୫ ବଲ୍ରୁ ୭୦ ରନ୍ କରି ଅପରାଜିତ ଅଛନ୍ତି।