ସବୁ ବ୍ୟାଙ୍କ ଖାତା ବିବରଣୀ ଦେବାକୁ ପଡ଼ିବ

ଆଇଟିଆର-୧ ଓ ଆଇଟିଆର୍‌-୪ ଫର୍ମକୁ ବଡ଼ଦିନ ପୂର୍ବରୁ ଉନ୍ମୋଚନ କରାଯାଇଛି। ୨୦୨୪-୨୫ ଆକଳନ ବର୍ଷ ଲାଗି ଆସିଥିବା ଏହି ଫର୍ମରେ ଟିକସଦାତାମାନଙ୍କୁ କେତେକ ଅତିରିକ୍ତ ସୂଚନା‌ ଦେବାକୁ ପଡ଼ିବ। ନୂଆ ଫର୍ମରେ କେତେ ଟଙ୍କାର ନଗଦ ରାଶି ମିଳିଛି ଓ ନିଜ ନାମରେ ଥିବା ସବୁ ବ୍ୟାଙ୍କ ଖାତାରେ ବିବରଣୀ ଟିକସ ବିଭାଗକୁ ଜଣାଇବାକୁ ପଡ଼ିବ।ସାଧାରଣତଃ ମାର୍ଚ୍ଚ ଶେଷ ଆଡ଼କୁ କିମ୍ବା ଏପ୍ରିଲ୍‌ରେ ଆୟକର ରିଟର୍ଣ୍ଣ ଫର୍ମ ଉନ୍ମୋଚନ କରାଯାଏ। ଏଥର ତାହାକୁ ଆଗୁଆ ଜାରି କରାଯାଇଥିବାରୁ ଆବଶ୍ୟକତ କାଗଜପତ୍ର ଓ ତଥ୍ୟ ଯୋଗାଡ଼ କରିବା ଲାଗି ଟିକସଦାତାଙ୍କ ପାଖରେ ଯଥେଷ୍ଟ ସମୟ ରହିବ। ଆଟିଆର୍‌-୧ ଫର୍ମକୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷ ଦାଖଲ କରୁଥିବା ଆଇଟିଆର୍‌-୪କୁ ବାର୍ଷିକ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିବିଶେଷ, ବିଭାଜିତ ହୋଇନଥିବା ହିନ୍ଦୁ ପରିବାର, ଏଲ୍‌ଏଲ୍‌ପି ଭଳି କଂପାନି ଦାଖଲ କରୁଛନ୍ତି। ନୂତନ ଭାବେ ଜାରି ହୋଇଥିବା ଆଇଟିଆର୍‌-୧ରେ ଆୟକର ନିୟମ ଧାରାର ୮୦ସିସିଏଚ୍‌ ଅନୁସାରେ ଟିକସଦାତାଙ୍କ ଅଗ୍ନିପଥ ସ୍କିମ୍‌କୁ ଯୋଗଦାନ ରାଶି କାଟିବାର ଅନୁମତି ପ୍ରଦାନ କରାଯାଇଛି।