ରେଡ୍ ଲୁକରେ ନଜର ଆସିଲେ ସୋନାକ୍ଷୀ
ବଲିଉଡର ଷ୍ଟାଇଲିସ ଡିଭା ସୋନାକ୍ଷୀ ସିହ୍ନା ନିଜର ଷ୍ଟାଇଲିସ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ଲାଇମ୍ ଲାଇଟରେ ରୁହନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜ କାଜୁଆଲ ଲୁକ୍ ଦେଖାଇଛନ୍ତି, ଯାହାର ଫଟୋ କିଛି ମିନିଟ ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।ନିକଟରେ ମୁମ୍ବାଇ ଏୟାରପୋର୍ଟରେ ସୋନାକ୍ଷୀ ରେଡ ଆଉଟଫିଟରେ ନଜର ଆସିଥିଲେ । ସୋନାକ୍ଷୀ ସିହ୍ନା ଲାଲ ରଙ୍ଗର ହାଇନେକ୍ ସହ ରେଡ କୋଟ୍ ଏବଂ ମ୍ୟାଚିଂ ପ୍ୟାଣ୍ଟ ପିନ୍ଧିଥିବାର ଏୟାରପୋର୍ଟରେ ନଜର ଆସିଥିଲେ । ସୋନାକ୍ଷୀ ରେଡ ଆଉଟଫିଟ ସହ ଧଳା ରଙ୍ଗର ସ୍ନିକର୍ସ ପିନ୍ଧିଥିଲେ ।