ବିଦ୍ୟାଳୟରେ ଭଗବତ ଗୀତା ପଢ଼ିବା ହେଲା ବାଧ୍ୟତାମୂଳକ
ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ପିତାମାତା ଇଂରାଜୀ ମିଡିୟମ ସ୍କୁଲକୁ ଯାଉଥିବା ଦେଖାଯାଇଥାଏ । ତେବେ ପିଲମାନେ ମଧ୍ୟ ପାଶ୍ଚାତ୍ୟ ସଂସ୍କୃତିର କବଳରେ କବଳିତ ହୋଇ ଇଂରାଜୀ ଭାଷା ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏପରି ସ୍ଥିତିରେ ଗୁଜୁରାଟ ସରକାର ନେଇଛନ୍ତି ଏକ ସ୍ୱତନ୍ତ୍ର ପଦକ୍ଷେପ । ଗୁଜୁରାଟର ସମସ୍ତ ବିଦ୍ୟାଳୟରେ ଏଣିକି ପିଲାମାନଙ୍କ ପାଠ୍ୟକ୍ରମରେ ଭାଗବତ ଗୀତା ସାର ଯୋଗ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ।ତେବେ ଏ ନେଇ ଗୁଜୁରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଂଡୋର ଏକ ପ୍ରେସ ମୀଟରେ ଘୋଷଣା କରିଛନ୍ତି । ଏପରିକି ପିଲାମାନଙ୍କ ପାଇଁ ନୂତନ ପାଠ୍ୟକ୍ରମ ମଧ୍ୟ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ତେବେ ଏହାକୁ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଧାରରେ କାର୍ଯ୍ୟକାରୀ କରାଯିବା ନେଇ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।