ସାଂସଦମାନଙ୍କ ନିଲମ୍ବନକୁ ନେଇ ବର୍ଷିଲେ ମଲ୍ଲିକାର୍ଜୁନ ଖଡଗେ

ଶୀତ ଅଧିବେସନରେ ୧୪୬ ଜଣ ସାଂସଦଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଯେତେବେଳେ ଭଲ ଆଇନ ଆସେ ସେତେବେଳେ ଆମେ ସମର୍ଥନ କରିଥାଉ । ହେଲେ ସରକାର ଯାହା କରୁଛନ୍ତି ତାହା ଭଲ ନୁହେଁ । ସେ ବିଜେପି ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଆମ ସମ୍ବିଧାନ ଅନୁଯାୟୀ, ସମସ୍ତଙ୍କୁ କହିବାର ଅଧିକାର ଏବଂ ସ୍ୱାଧୀନତା ଦିଆଯାଇଛି । ଏହି ସ୍ୱାଧୀନତା ଆମକୁ ଜବାହାରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଏବଂ ଡ. ଆମ୍ବେଦକରଙ୍କଠାରୁ ମିଳିଛି । ଆପଣଙ୍କ ଘରେ କେଉଁ ବ୍ୟକ୍ତି ମଧ୍ୟ ଆମକୁ ସ୍ୱାଧୀନତା ଦେଇନାହାନ୍ତି ।