ନୂଆ ଫିଲ୍ମ ନେଇ ଆସୁଛନ୍ତି କିଙ୍ଗ୍ ଖାନ୍
ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡଙ୍କି’ ଡିସେମ୍ବର ୨୧ ତଥା ଗତ କାଲି ସିନେମା ହଲ୍ରେ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ନେଇ ଫ୍ୟାନ୍ସ ବହୁତ ପ୍ରଶଂସା କରିଛନ୍ତି । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରୁ ଦର୍ଶକଙ୍କ ଆଶା ବହୁତ ଅଧିକ ଥିଲା ଏବଂ ନିର୍ମାତାମାନେ ସେସବୁ ପୂରଣ କରିବାରେ ସଫଳ ହୋଇଛନ୍ତି । ତେବେ ଫିଲ୍ମ ‘ଡଙ୍କି’ ପରେ ଶାହାରୁଖଙ୍କ ଫ୍ୟାନ୍ସ ଏବେ ପ୍ରଶ୍ନ କରୁଛନ୍ତି ଯେ ବଲିଉଡର ବାଦଶାହା ଏବେ କେଉଁ ଫିଲ୍ମରେ ନଜର ଆସିବା ପାଇଁ ଯାଉଛିନ୍ତି ବଲିଉଡର କିଙ୍ଗ୍ ଖାନ୍ଙ୍କର ଚଳିତ ବର୍ଷ ୩ଟି ବ୍ଲକ୍ ବାଷ୍ଟର ଫିଲ୍ମ ରିଲିଜ୍ ହୋଇଛି । ସେହି ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ବହୁତ ଭଲ ପାଇବା ଦେଇଛିନ୍ତି । ଏପରି ମଧ୍ୟ ସେହି ୩ଟି ଫିଲ୍ମ ବକ୍ସ ଅଫିସ୍ରେ ବହୁତ ଭଲ ଇନ୍କମ୍ କରିଛି । ଏହି ପରି ଭାବେ କିଙ୍ଗ୍ ଖାନ୍ ସମସ୍ତଙ୍କ ମନରେ ଘର କରି ରହିଥାନ୍ତି ।