ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଜର ହେବାକୁ କରିଥିବା ନୋଟିସ୍କୁ ପୁଣି ଏଡାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କର ଲୁଚାଇବାକୁ କିଛି ନାହିଁ ଏବଂ ଏହି ଡାକରା ପ୍ରତ୍ୟାହାର କରାଯିବା ଉଚିତ। ଅରବିନ୍ଦ କେଜ୍ରିୱାଲ ଲେଖିଛନ୍ତି, ‘ମୁଁ ପ୍ରତ୍ୟେକ ଆଇନଗତ ସମନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ପୂର୍ବ ପରି ଇଡିର ଏହି ସମନ ମଧ୍ୟ ବେଆଇନ ଅଟେ। ଇଡିର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତେଣୁ ସମନ ପ୍ରତ୍ୟାହାର କରାଯିବା ଉଚିତ୍। ଆଗରୁ ସେ କହିଥିଲେ ଯେ “ମୁଁ ମୋ ଜୀବନକୁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହ ବଞ୍ଚିଛି ଏବଂ ମୋର ଲୁଚାଇବାକୁ କିଛି ନାହିଁ’। ତେଣୁ ଏଭଳି କିଛି କହି ସେ ଏଥର ବି ଇଡିରେ ହାଜର ହେବେନି ବୋଲି କହିଛନ୍ତି।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post