କେତେକ ରାଜ୍ୟରେ କୋଭିଡ୍ – ୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତରେ କୋଭିଡ୍ – ୧୯ ସ୍ଥିତି ଏବଂ କୋଭିଡ୍ – ୧୯ ର ତଦାରଖ, ନିୟନ୍ତ୍ରଣ ଏବଂ ପରିଚାଳନା ପାଇଁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତିର ସମୀକ୍ଷା ନିମନ୍ତେ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଅଧ୍ୟକ୍ଷତା କରିଛନ୍ତି । ତାଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ପ୍ରଫେସର ଏସ୍. ପି. ସିଂହ ବାଘେଲ ଏବଂ ଡାକ୍ତର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡାକ୍ତର ଭି. କେ. ପଲ୍ ମଧ୍ୟ ଉପସ୍ଥିତ ଥିଲେ ।ଏହି ବୈଠକରେ ଯୋଗ ଦେଇଥିବା ରାଜ୍ୟର ମନ୍ତ୍ରୀ ମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଆରୁଣାଚଳ ପ୍ରଦେଶ) ଶ୍ରୀ ଆଲୋ ଲିବାଙ୍ଗ; ଶ୍ରୀ ବ୍ରଜେଶ ପାଠକ, ଉପମୁଖ୍ୟମନ୍ତ୍ରୀ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତର ପ୍ରଦେଶ); ସ୍ୱାସ୍ଥ୍ୟ ମନ୍ତ୍ରୀ (ଉତ୍ତରାଖଣ୍ଡ) ଶ୍ରୀ ଧନ ସିଂହ ରାୱତ ଶାରୀରିକ ଭାବେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦିନେଶ ଗୁଣ୍ଡୁ ରାଓ, ସ୍ୱାସ୍ଥ୍ୟ ମନ୍ତ୍ରୀ (କର୍ଣ୍ଣାଟକ); ଶ୍ରୀ ଅନୀଲ ଭିଜ୍, ସ୍ୱାସ୍ଥ୍ୟ ମନ୍ତ୍ରୀ (ହରିୟାଣା); ଶ୍ରୀମତୀ ବୀଣା ଜର୍ଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (କେରଳ), ଶ୍ରୀ ବିଶ୍ୱଜିତ ପ୍ରତାପ ସିଂହ ରାଣେ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଗୋଆ); କେଶବ ମହାନ୍ତ ସ୍ୱାସ୍ଥ୍ୟ ମନ୍ତ୍ରୀ (ଆସାମ), ଶ୍ରୀ ବନ୍ନା ଗୁପ୍ତା, ସ୍ୱାସ୍ଥ୍ୟ ମନ୍ତ୍ରୀ (ଝାଡ଼ଖଣ୍ଡ); ବଲବୀର ସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ପଞ୍ଜାବ); ଶ୍ରୀ ସୌରଭ ଭରଦ୍ୱାଜ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଦିଲ୍ଲୀ); ଡଃ (କର୍ଣ୍ଣେଲ) ଧନୀ ରାମ ଶାଣ୍ଡିଲ, ସ୍ୱାସ୍ଥ୍ୟ ମନ୍ତ୍ରୀ (ହିମାଚଳ ପ୍ରଦେଶ); ତାନାଜୀରାଓ ସାୱନ୍ତ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମହାରାଷ୍ଟ୍ର); ଶ୍ରୀ ଦାମୋଦର ରାଜ ନରସିଂହ, ସ୍ୱାସ୍ଥ୍ୟ ମନ୍ତ୍ରୀ (ତେଲଙ୍ଗାନା); ଡାକ୍ତର ସପମ ରଞ୍ଜନ, ସ୍ୱାସ୍ଥ୍ୟ ମନ୍ତ୍ରୀ (ମଣିପୁର); ନିରଞ୍ଜନ ପୁଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ (ଓଡ଼ିଶା); ଶ୍ରୀ ରଙ୍ଗାସ୍ୱାମୀ, ପ୍ରଶାସକ (ପୁଡୁଚେରୀ); ଉପସ୍ଥିତ ଥିଲେ ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ