ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌ଙ୍କୁ ପ୍ରଦାନ କରାଯିବ। ବ୍ୟାଡ୍‌ମିଣ୍ଟନ ଖେଳରେ ବଳିଷ୍ଠ ଅବଦାନ ପାଇଁ ଦୁଇଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ। କ୍ରିକେଟର ମହମ୍ମଦ ଶାମିଙ୍କ ସମେତ ଅନ୍ୟ ୨୬ ଜଣ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। ଟିମ୍‌ ଇଣ୍ଡିଆ ପାଇଁ ଶାମିଙ୍କର ଜବରଦସ୍ତ ପ୍ରଦର୍ଶନ ଲାଗି ସେ ଅର୍ଜୁନ ପୁରସ୍କାର ପାଇବେ। ମନୋନୀତ ଖେଳାଳିମାନଙ୍କୁ ୨୦୨୪ ଜାନୁୟାରୀ ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିମାନଙ୍କୁ ପୁରସ୍କୃତ କରିବେ।

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ୨୦୨୩

୧. ଚିରାଗ ଚନ୍ଦ୍ରଶେଖର ସେଟ୍ଟି

୨. ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌

ଅର୍ଜୁନ ପୁରସ୍କାର ୨୦୨୩

୧. ଓଜସ୍‌ ପ୍ରବୀଣ ଦେଓତାଲେ (ତୀରନ୍ଦାଜୀ)

୨. ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜୀ)

୩. ଶ୍ରୀଶଙ୍କର ଏମ୍‌ (ଆଥଲେଟିକ୍ସ)

୪. ପାରୁଲ ଚୌଧୁରୀ (ଆଥଲେଟିକ୍ସ)

୫. ମହମ୍ମଦ ହୁସାମୁଦ୍ଦିନ (ବକ୍ସିଂ)

୬. ଆର୍‌. ବୈଶାଳୀ (ଚେସ୍)

୭. ମହମ୍ମଦ ଶାମି (କ୍ରିକେଟ୍)

୮. ଅନୁଶ୍‌ ଅଗ୍ରୱାଲ (ଅଶ୍ୱଚାଳନା)

୯. ଦିବ୍ୟକୃତି ସିଂ (ଅଶ୍ୱଚାଳନା ଡ୍ରେସେଜ୍‌)

୧୦. ଦୀକ୍ଷା ଡାଗର (ଗଲ୍ଫ)

୧୧. କ୍ରିଷ୍ଣା ବାହାଦୂର ପାଠକ (ହକି)

୧୨. ପୁଖରାମବମ୍‌ ସୁଶୀଲା ଚାନୁ (ହକି)

୧୩. ପୱନ କୁମାର (କବାଡି)