ମେଟ୍ରୋ ଟିଭି ଓଡିଶା ( ୧୫.୨.୨୦୨୨) : ସମୟ ଆସିଲେ ମଡେଲ ବି ବନିପାରେ ଟ୍ରକ ଡ୍ରାଇଭର । ସେଥିପାଇଁ ପାଇଁ ସେ ଟ୍ରେନିଂ ମଧ୍ୟ ନେଉଛନ୍ତି । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ, ଆଉ ଭାବୁଥିବେ ଜଣେ ମଡେଲଙ୍କର ଏପରି କି ପରିସ୍ଥିତି ପଡିଲା ଯେ, ସେ ଟ୍ରକ୍ ଡ୍ରାଇଭର ବନିବେ? ତେବେ ଆସନ୍ତୁ ଜାଣିବା କାହିଁ ସେ ମଡେଲରୁ ଟ୍ରକ୍ ଡ୍ରାଇଭର ବନିବାକୁ ଯାଉଛନ୍ତି । ପ୍ରକୃତ ଘଟଣାଟି ହେଉଛି, ବ୍ରିଟେନରେ ଟ୍ରକ୍ ଚଲାଇବା ପାଇଁ ଚାଳକଙ୍କ ଘୋର ଅଭାବ ରହିଛି । ଗାଡି ଅଛି କିନ୍ତୁ ଚଲାଇବା ପାଇଁ ଚାଳକ ମିଳୁନାହାନ୍ତି । ଯାହାକୁ ନେଇ ଟ୍ରାନ୍ସପୋଟିଂରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି । ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଜଣେ ମିସ୍ ଇଂଲଣ୍ଡ ବ୍ୟୁଟିର ଫାଇନାଲିଷ୍ଟ ତଥା ଜଣେ ମଡେଲ ଟ୍ରକ୍ ଡ୍ରାଇଭର ବନିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲଞ୍ଚ ସୃଷ୍ଟି କରିଛି । ମହିଳାଙ୍କ ନାଁ ମିଲି ଏବର୍ଟ… ତାଙ୍କର ବୟସ ମାତ୍ର ୨୨ବର୍ଷ । ମିଲି ଜଣେ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ପୂର୍ବରୁ କ୍ଷେତରେ ବାପାଙ୍କ ସହ ଟ୍ରାକ୍ଟର ଚଳାଇବାର ଅଳ୍ପ କିଛି ଅଭିଜ୍ଞାତା ରହିଥିଲା । ତେଣୁ ମିଲିଙ୍କ ପାଇଁ ହେବି ଟ୍ରକ୍ ଚଳାଇବା ସହଜ ହେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଆଜିର ଏଦୁନିଆରେ ଏପରି କୌଣସି କାମ ନାହିଁ ଯାହାକି ଝିଅମାନେ କରିନପାରିବେ । ୪୦ ବର୍ଷରୁ ଅଧିକ ବୟଷ୍କ ବ୍ୟକ୍ତି କେବଳ ହେଭି ଟ୍ରକ୍ ଚଳାଇପାରିବେ ତାହା ମଧ୍ୟ କେଉଠି ଲେଖା ହୋଇନାହିଁ । ବର୍ତ୍ତମାନ ମିଲି କ୍ଲାସ୍-୧ ଏବଂ କ୍ଲାସ୍-୨ ହେଭି ଗୁଡ୍ସ ଭେଇକିଲ୍ ଲାଇସେନ୍ସ ପାଇଁ ଟ୍ରେନିଂ ନେଉଛନ୍ତି । କାହିଁକି ନା ୪୪ଟନର ଲରି ଚଲାଇବା ଏତେ ସହଜ କଥା ନୁହେଁ । ତେବେ ଅନେକ ଘଟଣା ଏବଂ ପରିସ୍ଥିତିକୁ ନେଇ ମିଲି ଟ୍ରକ୍ ଚଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Next Post