ଆଜି IPL ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ପ୍ରିମିୟର ଲିଗ୍ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଆଇପିଏଲ ହାଟରେ ୩୩୩ ଖେଳାଳିଙ୍କ ଭିତରୁ ୭୭ ଜଣଙ୍କୁ ବାଛିବେ ୧୦ ଫ୍ରାଞ୍ଚାଇଜ୍ । ବଳକା ୨୬୨.୯୫ କୋଟି ଟଙ୍କାକୁ ନେଇ କିଣିବେ ତାରକା ଖେଳାଳି । ଫୋକସରେ ରହିବେ ଟପ୍ ୮ । ନ୍ୟୁଜିଲାଣ୍ଡର ଲେଫ୍ଟହ୍ୟାଣ୍ଡ ବ୍ୟାଟିଂ ଅଲରାଉଣ୍ଡର ରାଚିନ ରବୀନ୍ଦ୍ର । ଦିନିକିଆ ବିଶ୍ବକପରେ ନିଜର ଦମ ଦେଖାଇ ଥିଲେ ।ଚଳିତ ଆଇପିଏଲରେ ଖୁବ୍ ଡିମାଣ୍ଡ । ୨ କୋଟିର ବେସ ପ୍ରାଇସ ରହିଥିବା ଏହି ଖେଳାଳି ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀ ସହ ଖେଳି ସାରିଛନ୍ତି । ଇଂଲଣ୍ଡର ମିଡିଲ ଅର୍ଡର ବ୍ୟାଟର ହ୍ୟାରି ବ୍ରୁକ ।
ଗତ ଆଇପିଏଲ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଥିଲା । ଏହି ସଂସ୍କରଣରେ ହ୍ୟାରିଙ୍କ ବେସ ପ୍ରାଇସ ରହିଛି ୨ କୋଟି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଶାର୍ଦୁଲ ଠାକୁର । ଗତଥର କୋଲକାତା ତରଫରୁ ଖେଳିଥିବା ଏହି ଖେଳାଳିଙ୍କ ବେସ ପ୍ରାଇସ ରହିଛି ୨ କୋଟି । ଶ୍ରୀଲଙ୍କାର ସ୍ପିନ ବୋଲିଂ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା । ଜଣେ ୱାର୍ଲଡ କ୍ଲାସ ଲେଗ ସ୍ପିନର । ଗତ ସଂସ୍କରଣରେ ଆହତ ସମସ୍ୟା ଯୋଗୁ ଅଧିକ ମ୍ୟାଚ ଖେଳି ପାରି ନଥିଲେ । ଏହି ସଂସ୍କଣରେ ହସରଙ୍ଗାଙ୍କ ବେସ ପ୍ରାଇସ ରହିଛି ୧.୫୦ କୋଟି । ଅଷ୍ଟ୍ରେଲିଆର ଲେଫଟ ଆର୍ମ ପେସର ମିଚେଲ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲରେ ଖେଳିପାରନ୍ତି । ଶେଷଥର ୨୦୧୫ରେ ଆରସିବିର ସଦସ୍ୟ ଥିଲେ । ମିଚେଲଙ୍କ ବେସ ପ୍ରାଇସ ହେଉଛି ୨ କୋଟି ।