ରାଜ୍ୟର ତିନୋଟି ଇଞ୍ଜିନିୟର କଲେଜରେ ପ୍ରିନ୍ସିପାଲ ପଦ ପୂରଣ ହେବ । ଏଥିପାଇଁ ଆସନ୍ତା ୨୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୨୯ ତାରିଖରେ ସରିବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନ ତଳେ ଦିଆଯାଇଥିବା ବିଜ୍ଞପ୍ତିକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ବ୍ରହ୍ମପୁର, ସରକାରୀ ଇଞ୍ଜିନିୟରିଂ କଲେଜ କେଉଁଝର ଓ ସରକାରୀ ଇଞ୍ଜିନିୟରିଂ କଲେଜ କଳାହାଣ୍ଡିରେ ଏହି ନିଯୁକ୍ତି ଦିଆଯିବ । ଏହି ସମସ୍ତ ଇଞ୍ଜିନିୟରିଂ କଲେଜମାନଙ୍କରେ ପ୍ରିନ୍ସିପାଲ ପଦ ପୂରଣ ହେବ । ପ୍ରତ୍ୟେକ ଇଞ୍ଜିନିୟରିଂ କଲେଜରେ ଗୋଟିଏ ଲେଖାଏଁ ପଦ ଖାଲି ରହିଛି । ପ୍ରାର୍ଥୀଙ୍କୁ ୧,୪୪,୨୦୦/- ପେ’ ଲେବଲ-୧୪ରେ ବେତନ ମିଳିବା ସହିତ ସମୟାନୁସାରେ ମହଙ୍ଗା ଭତ୍ତା (ଡିଏ) ପ୍ରଦାନ କରାଯିବ ।ସମସ୍ତ ପଦରେ ୟୁଆର ପ୍ରାର୍ଥୀଙ୍କୁ ୫ ବର୍ଷ ଅବଧି ପାଇଁ ନିଯୁକ୍ତି ଦିଆଯିବ । ଏଥିରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କର ପିଏଚ.ଡି ଡିଗ୍ରୀ ଓ ବିଇ/ ବି.ଟେକ କିମ୍ବା ଏମ.ଟେକ / ଏମଇର ପ୍ରାସଙ୍ଗିକ ବ୍ରାଞ୍ଚରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ଶିକ୍ଷା/ ଗବେଷଣା/ ଶିଳ୍ପ ଆଦି କ୍ଷେତ୍ରରେ ଅତିକମରେ ୧୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଏହାଛଡ଼ା ପ୍ରାର୍ଥୀ ପ୍ରଫେସର ସମକକ୍ଷ ପଦରେ ୩ ବର୍ଷ କାର୍ୟ୍ୟ କରିଥିବେ । ଆପ୍ଲିକେସନକୁ ଶର୍ଟଲିଷ୍ଟ କରିବା ପରେ ଚୟନ କମିଟି ଦ୍ୱାରା ଶର୍ଟଲିଷ୍ଟ ପ୍ରାର୍ଥୀଙ୍କର ସାକ୍ଷାତକାର ନିଆଯିବ ।
Trending
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
Next Post