କୌଣସି ଶକ୍ତି ନାହିଁ ଯିଏ ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ଫେରାଇ ପାରିବ

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ଅନୁମୋଦନ କରିଛନ୍ତି। ପରେ ଧାରା ୩୭୦ ପ୍ରତ୍ୟାହାର ପାଇଁ ବିରୋଧୀ ଦଳ ସମେତ କାଶ୍ମୀରର ବିଭିନ୍ନ ଦଳ ଜୋରଦାର ଲଢ଼େଇ କରିବାକୁ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ସିଧାସଳଖ କିଛି କହିନଥିଲେ। ଏବେ ସେ ଏକ ବଡ଼ ମନ୍ତବ୍ୟ ଦେଇ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ବିଶ୍ୱର କୌଣସି ଶକ୍ତି ଫେରାଇ ପାରିବ ନାହିଁ।ଏକ ଖବରକାଗଜକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ସକାରାତ୍ମକ ଢଙ୍ଗରେ ବ୍ୟବହାର କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବିଶ୍ୱର କୌଣସି ଶକ୍ତି ବର୍ତ୍ତମାନ ଧାରା ୩୭୦ କୁ ଫେରାଇ ଆଣିପାରିବ ନାହିଁ। ତେଣୁ ଏବେ ଆମେ ଏହାକୁ ସକାରାତ୍ମକ କାର୍ଯ୍ୟରେ ବ୍ୟବହାର କରିବୁ। ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଆକ୍ରମଣକୁ ଚିନ୍ତାଜନକ ବୋଲି କହିବା ସହ ଏହାର ତଦନ୍ତ କରିବାକୁ କହିଥିଲେ।