ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମାତ୍ର ୬୬ଟି ଆସନରେ ଜିତିଥିବାବେଳେ ଛତିଶଗଡ଼ରେ ୩୫ଟି ଆସନରେ ବିଜୟୀ ହୋଇଥିଲା । ଏହି ଦୁଇଟି ରାଜ୍ୟରେ ଭାଜପା ଯଥାକ୍ରମେ ୧୬୩ଟି ଓ ୫୪ଟି ଆସନରେ ବିଜୟୀ ହୋଇ ସରକାର ଗଢିଛି । ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିଛି। ଦଳ କମଲନାଥଙ୍କୁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ବଦଳାଇ ଜିତୁ ପାଟୱାରୀଙ୍କୁ ନୂଆ ସଭାପତି ଭାବେ ନିଯୁକ୍ତ କରିଛି। ଉମଙ୍ଗ ସିଂହାରଙ୍କୁ ବିରୋଧୀ ଦଳ ନେତା ଓ ହେମନ୍ତ କଟାରେଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଗୋବିନ୍ଦ ସିଂହ ବିରୋଧୀ ଦଳ ନେତା ଥିଲେ।ଛତିଶଗଡ଼ରେ ପୂର୍ବତନ ବିଧାନସଭା ବାଚସ୍ପତି ଚରଣ ଦାସ ମହନ୍ତଙ୍କୁ ବିରୋଧୀ ଦଳ ନେତା ଭାବେ ନିଯୁକ୍ତ କରିଛି କଂଗ୍ରେସ । ଦୀପକ ବୈଜଙ୍କୁ ରାଜ୍ୟ ସଭାପତି ଭାବେ ବଜାୟ ରଖାଯାଇଛି। ଖାସ୍ କଥା ହେଉଛି ଛତିଶଗଡ଼ରେ ବିଜେପିର ଆଦିବାସୀ ମୁଖ୍ୟମନ୍ତ୍ରୀ କାର୍ଡର ଜବାବରେ କଂଗ୍ରେସ ଉଭୟ ବିରୋଧୀ ଦଳ ନେତା ଓ ଆଦିବାସୀ ସମାଜରୁ ରାଜ୍ୟ ସଭାପତି କରିଛି।
Trending
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ