ବିଶ୍ୱର ବହୁ ବଡ଼ ବଡ଼ ରାଷ୍ଟ୍ର ନେତା ମୋଦୀଙ୍କ ଜୀବନଶୈଳୀକୁ ଅନୁସରଣ କରିବାକୁ ପସନ୍ଦ କରନ୍ତି। କାରଣ ଜଣେ ସାଧାରଣ ଚାହା ବିକାଳୀରୁ ସିଏ ଆଜି ସାରା ବିଶ୍ୱରେ ସବୁଠାରୁ ଲୋକପ୍ରିୟ ନେତା ହୋଇପାରିଛନ୍ତି। ଯେଉଁଥିପାଇଁ ସମସ୍ତ ଛୋଟରୁ ବଡ଼ ଦେଶ ଯାଏଁ ତାଙ୍କର ଭାରି ପ୍ରଶଂସା ଓ ସମ୍ମାନ କରନ୍ତି। ଏଥିଲାଗି ତାଙ୍କୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି ବିଶ୍ୱସ୍ତରୀୟ ପୁରସ୍କାର ସମ୍ବନ୍ଧୀୟ ଏକ ରିପୋର୍ଟ ବର୍ତମାନ ସାମ୍ନାକୁ ଆସିଛି। ଯାହା ମୋଦୀଙ୍କ ଲୋକପ୍ରିୟତାକୁ ବାସ୍ତବତାରେ ପରିଣତ କରିଥିବା କୁହାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସ୍ୱୀକୃତି ଦେଇ ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ୨୦୧୪ ମସିହାରୁ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ବୋଲି ସରକାର ଗୁରୁବାର ଦିନ ରାଜ୍ୟସଭାରେ କହିଛନ୍ତି।ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୨୦୧୮ ରେ ମିଳିତ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଥିବା କଥା କହିଛନ୍ତି। ସେ କହିଛନ୍ତି ଯେ ୨୦୧୪ ପରଠାରୁ ଭାରତର ପ୍ରଧାନମନ୍ତ୍ରୀ ୧୪ ଟି ଦେଶର ସର୍ବୋଚ୍ଚ ଜାତୀୟ ପୁରସ୍କାର ଏବଂ ଜାତିସଂଘର ସର୍ବୋଚ୍ଚ ପୁରସ୍କାର ପାଇଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିବା ଦ୍ୱିପାକ୍ଷିକ, ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ତାଙ୍କର ନେତୃତ୍ୱର ସ୍ପଷ୍ଟ ସ୍ୱୀକୃତି ବୋଲି ଶ୍ରୀ ମୁରଲୀଧରନ୍ କହିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ୧୪ଟି ରାଷ୍ଟ୍ରରୁ ପୁରସ୍କାର ମିଳିଥିବା ବେଳେ ସେଥିମଧ୍ୟରୁ ୮ଟି ଇସ୍ଲାମିକ ଦେଶରୁ ପୁରସ୍କୃତ କରାଯାଇଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post