ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି

ଦକ୍ଷିଣ ରେଳବାଇ ପକ୍ଷରୁ ଆକ୍ଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ୩୦୯୩ଟି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।  ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ବିଜ୍ଞପ୍ତିକୁ ଭଲ ଭାବେ ପଢ଼ି ନିଜ ପସନ୍ଦର ପଦରେ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁରୋଧ । ଡିସେମ୍ବର ମାସ ୧୧ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜାନୁଆରୀ ମାସ ୧୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ଫେବୃଆରୀ ମାସ ୧୨ ତାରିଖରେ ମେରିଟ୍ ଲିଷ୍ଟ ଜାରି କରାଯିବାର ସମ୍ଭାବନା ରହିଛି । ସମସ୍ତ ପ୍ରାର୍ଥୀଙ୍କୁ ଏଥିପାଇଁ ୧୦୦ ଟଙ୍କାର ଆବେଦନ ଫିସ୍ ଦାଖଲ କରିବାକୁ ପଡ଼ିବ ।