ଦେଶରେ ୫୮୧ ଆପ୍ ନିଷିଦ୍ଧ
ନୂଆଦିଲ୍ଲୀ: ଦେଶରେ ୫୮୧ ଆପ୍କୁ ନିଷିଦ୍ଧ କରାଯାଇଛି। ଆଇନ ବେଟିଂ ଓ ଜୁଆ ଆପ୍ଗୁଡ଼ିକ ମନି ଲଣ୍ଡରିଂର ମାଧ୍ୟମ ପାଲଟିଥିବା ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୂଚନା ଦେବା ପରେ ୨୨ଟି ବେଟିଂ ଆପ୍ ଓ ୱେବ୍ସାଇଟ୍କୁ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ୧୩୮ଟି ବେଆଇନ ବେଟିଂ ଆପ୍ ଓ ଗେମିଂ ୱେବସାଇଟ୍କୁ ଅଚଳ କରାଯାଇଥିଲା। ବେଆଇନ ଗେମିଂ ଆପ୍ ଉପରେ ଅଙ୍କୁଶ ଲଗାଇବା ଲାଗି ସରକାର ଆଇଜିଏସ୍ଟି ନିୟମରେ ସଂଶୋଧନ କରିଛନ୍ତି। ସେଥିରୁ ୧୭୪ଟି ବେଟିଂ ଓ ଜୁଆ ଆପ୍ ହୋଇଥିବା ବେଳେ ୮୭ଟି ହେଉଛି ୮୭ ଋଣ ଆପ୍। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏହି ସୂଚନା ଦେଇଛନ୍ତି। ନିଷିଦ୍ଧ ହୋଇଥିବା ଆପ୍ ତାଲିକାରେ ବିବାଦୀୟ ମହାଦେବ ଆପ୍, ପରିମ୍ୟାଚ୍, ଫେୟାରପ୍ଲେ, ୧ଏକ୍ସବେଟ୍, ଲୋଟସ୍୩୬୫, ଡାଫାବେଟ୍, ବେଟ୍ୱେସଟା, ପବ୍ଜି, ଜିଆରେନା ଫ୍ରି ଫାୟାର ଭଳି ଲୋକପ୍ରିୟ ଆପ୍ ନାମ ରହିଛି।