ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ
ଲୋକସଭାରୁ ବହିଷ୍କାର ହେବା ପରେ ଏବେ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍ ଫର୍ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟିର ରିପୋର୍ଟ ଆସିବା ପରେ ତାଙ୍କୁ ଡିସେମ୍ବର ୮ରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯାଉ ବୋଲି ଗୃହ ଓ ସହର ବ୍ୟାପର ମନ୍ତ୍ରାଳୟକୁ ଚିଠି ଲେଖିଲା ହାଉସିଂ କମିଟି।