ଜାନୁଆରି ୨୬ରେ ‘ଫାଇଟର୍’

ମୁମ୍ବାଇ:   ୨୦୨୪ ଜାନୁଆରି ୨୬ ତାରିଖରେ ରିଲିଜ୍ ହେବାକୁ ଯାଉଥିବା ଫିଲ୍ମ ‘ଫାଇଟର୍‌’ । ବାୟୁସେନାର କାହାଣୀକୁ ନେଇ ‘ଫାଇଟର୍’ ବଲିଉଡ୍‌ର ପ୍ରଥମ ଫିଲ୍ମ ବୋଲି କୁହା ଯାଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ‘ପଠାନ୍’ର ପ୍ରଶଂସିତ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ। କାହାଣୀ ଅନୁସାରେ ‘ଫାଇଟର୍‌’ରେ ବିମାନ ଯୁଦ୍ଧର ଚିତ୍ର ବହୁ ପରିମାଣରେ ରହିଛି। ସେଥିରେ ଏମିତି ଆକ୍ସନ ଦୃଶ୍ୟ ଅଛି, ଯାହା ବଲିଉଡ୍‌ର କୌଣସି ଫିଲ୍ମରେ ଦର୍ଶକେ ପୂର୍ବରୁ ଦେଖିନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ଫିଲ୍ମ ପାଇଁ ହ୍ରିତ୍ବିକ୍‌ ରୋଶନ ଖୁବ୍ ପରିଶ୍ରମ କରିଛନ୍ତି, ବହୁ ସମୟ ଦେଇଛନ୍ତି। ବହୁ ବିପଜ୍ଜନକ ଆକ୍ସନ ଦୃଶ୍ୟରେ ଅଭିନୟ କରିବାବେଳେ ଆହତ ମଧ୍ୟ ହୋଇଛନ୍ତି।  ଏ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତ୍ବିକ୍ ରୋଶନ, ଦୀପିକା ପାଦୁକୋନ୍ ଓ ଅନୀଲ କପୁର।