ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲୁଛି
ବଲାଙ୍ଗୀର: ଆଜି ଚତୁର୍ଥ ଦିନରେ ଆରମ୍ଭ ହୋଇଛି ଟଙ୍କା ଗଣା ପ୍ରକ୍ରିୟା ।ମଦଭାଟି ମାଲିକଙ୍କ କଳାଟଙ୍କା ସାମ୍ରାଜ୍ୟର ଗୁମର ଖୋଲୁଛି । ବଲାଙ୍ଗୀର SBI ମୁଖ୍ୟ ଶାଖାରେ ଆଇଟି ଅଧିକାରୀ ପହଞ୍ଚିଛନ୍ତି । ଟଙ୍କା ଗଣିବା ପାଇଁ SBI ମୁଖ୍ୟ ଶାଖାକୁ ବିଭିନ୍ନ ବ୍ୟାଙ୍କରୁ ଅତିରିକ୍ତ ନୋଟ ଗଣତି ମେସିନ ଅଣାଯାଇଛି । ଗତକାଲି ବଲାଙ୍ଗୀର ସୁଦପଡ଼ା ମଦଭାଟି ମାଲିକଙ୍କ ସମ୍ପର୍କୀୟଙ୍କ ଘରେ ପୁଣି ଥରେ ଆଇଟି ଅଧିକାରୀ ଚଢ଼ାଉ କରିଥିଲେ । ବଣ୍ଟି ସାହୁ ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୨୩୦ କୋଟିରୁ ଅଧିକ ନଗଦ ଟଙ୍କା ମିଳିଥିବା ଅନୁମାନ କରାଯାଉଛି । କଡା ସୁରକ୍ଷା ବଳରେ ୧୯ଟି ବ୍ୟାଗରେ ବଲାଙ୍ଗୀର ଏସବିଆଇ ମୁଖ ଶାଖାକୁ ଟଙ୍କା ଅଣାଯାଇଥିଲା । ଗତକାଲି ବି ସୁଦପଡା ମଦଭାଟିରେ ହୋଇଥିଲା ଚଢ଼ାଉ ।
ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶାରେ ତିନିଦିନ ହେଲା ଚାଲିଛି ଆଇଟି ରେଡ୍। ଟଙ୍କା ଏତେ ଯେ, ଗଣି ଗଣି ମେସିନ୍ ଫେଲ୍। ହେଲେ ଏ ଟଙ୍କା କାହାର, ସାଂସଦ ଧୀରଜ ସାହୁଙ୍କ କନେକ୍ସନକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ପୋଷ୍ଟ ପରେ ଝାଡ଼ଖଣ୍ଡରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପିକୁ କାଉଣ୍ଟର କରିଛନ୍ତି କଂଗ୍ରେସ ନେତା। ଆଇଟି ରେଡରେ ସିଜ୍ ଟଙ୍କା କାହାର? ସୋସିଆଲ୍ ମିଡିଆର କଳାଟଙ୍କାକୁ ନେଇ ସିଧାସଳଖ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ମୋଦି। ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କନେକ୍ସନକୁ ଇଙ୍ଗିତ କରିବା ସହ କଂଗ୍ରେସକୁ କାଠଗଡ଼ାକୁ ଟାଣିଛନ୍ତି। ମୋଦିଙ୍କ ଟୁଇଟ୍ ପରେ କଂଗ୍ରେସ ଓ ବିଜେପି ମୁହାମୁହିଁ ହୋଇଛନ୍ତି । ଚାଲିଛି ଆୟକର ବିଭାଗର ମାରାଥନ୍ ରେଡ୍। ବଲାଙ୍ଗୀରରୁ ବୌଦ୍ଧ ଜାରି ରହିଛି ଚଢ଼ାଉ। ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଗତ ୪୮ଘଣ୍ଟା ହେଲା ୭ଟି ବଡ଼ ମେସିନରେ ଗଣତି ଚାଲିଛି। ଜବତ ଟଙ୍କା ୩ଶହ କୋଟି ଟପିପାରେ। ମାମଲାରେ ଦୁଇଜଣଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ। ସମ୍ବଲପୁର ବଳଦେଓ ସାହୁ ଆଣ୍ଡ ସନ୍ସ ମଦଭାଟି କାର୍ଯ୍ୟାଳୟ, ମଦ ଗୋଦାମରେ ଆଜି ବି ଆୟକର ରେଡ୍ ଚାଲିଛି।