ସାରା ଦେଶରେ ବିଜେପିର ୩ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଆଜି ଏହାର ହୋଇପାରେ ଅନ୍ତ । ବିଜେପି ୩ ମୁଖ୍ୟମନ୍ତ୍ରୀଙ୍କ ନାଁ ଆଜି ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି ।ମିଳିଥିବା ସୂଚନା ଅନୁସାରେ ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ରାଜସ୍ଥାନର ପର୍ଯ୍ୟବେକ୍ଷକ କରାଯାଇଛି । ସେହିପରି ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷଣକାରୀ ଭାବରେ ପଠାଯାଇଛି । ପର୍ଯ୍ୟବେକ୍ଷକମାନେ ଆଜି ସମସ୍ତ ୩ଟି ରାଜ୍ୟରେ ବିଧାୟକ ଦଳ ବୈଠକ କରିବେ ।ମଧ୍ୟପ୍ରଦେଶକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ. ଲକ୍ଷ୍ମଣ ଏବଂ ଆଶା ଲାକ୍ରାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଛି । ଛତିଶଗଡର ମୁଖ୍ୟମନ୍ତ୍ରୀ ଚେହେରା ବାଛିବା ଦାୟିତ୍ୱ ଭାଜପା କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନେୱାଲଙ୍କୁ ଦିଆଯାଇଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post