ହମାସ ପରେ ଏବେ ଇସ୍ରାଏଲ ଟାର୍ଗେଟରେ ହିଜବୁଲ୍ଲା । ଇସ୍ରାଏଲ ପଡୋଶୀ ଲେବାନନରେ ସକ୍ରିୟ ଆତଙ୍କୀ ସଂଗଠନ ହିଜବୁଲ୍ଲାର ଏକାଧିକ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ। ହମାସ ଆତଙ୍କୀ ଇସ୍ରାଏଲ ସେନା ଉପରେ ରକେଟ୍ ହମଲା କରିବା ପରେ ଇସ୍ରାଏଲ ପାଲଟା ହମଲା କରିଛି । ହିଜବୁଲ୍ଲା ଆତଙ୍କୀ ହମଲାରେ ଇସ୍ରାଏଲ ସେନାର ଦୁଇ ଯବାନ ଆହତ ହୋଇଛନ୍ତି । ହିଜବୁଲ୍ଲାକୁ କଡ଼ା ଶବ୍ଦରେ ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ। ସୀମା ଉଲ୍ଲଂଘନ କଲେ ଗାଜା ସମଦଶା ଭୋଗିବ ବୋଲି ଚେତାଇ ଦେଇଛନ୍ତି ନେତନ୍ୟାହୁ।ସେପଟେ ଗାଜା-ଇସ୍ରାଏଲ ମଧ୍ୟରେ ୨ ମାସରୁ ଅଧିକ ହେଲାଣି ଲାଗି ରହିଛି ସଂଘର୍ଷ । ମାନବୀୟ ସହାୟତା ଜାରି ରଖିବା ଉପରେ ଜାତିସଂଘ ମହାସଚିବ ଗୁରୁତ୍ୱ ଦେଇଛନ୍ତି । ଗାଜାର ୮୦ ପ୍ରତିଶତରୁ ଅଧିକ ନାଗରିକ ଦକ୍ଷିଣ ଗାଜାକୁ ପଳାୟନ କରିଛନ୍ତି । ଟେଲିକମ ସେବା ବାଧାପ୍ରାପ୍ତ ହୋଇଛି । ଇଣ୍ଟରନେଟ ପୁରା ଠପ୍ ହୋଇଯାଇଛି। ଖାଦ୍ୟ, ପାଣି ଓ ଔଷଧ ବଣ୍ଟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଯୁଦ୍ଧକୁ ଦୁଇ ମାସ ବିତିଥିବାବେଳେ ଗାଜାରେ ଲୋକେ ନାନା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ରହିଛି। ଇସ୍ରାଏଲର କରିମ ଶାଲମ ସୀମାରେ ମାନବୀୟ ସହାୟତା ପଠାଇବାକୁ କହିଛି ଜାତିସଂଘ। ଖୁବଶୀଘ୍ର ଏହି ସୀମାକୁ ଖୋଲାଯିବ।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Next Post