ନୂଆଦିଲ୍ଲୀ : ‘ଟଙ୍କା ପାଇଁ ପ୍ରଶ୍ନ ପଚାରିବା’ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କୁ ଗୃହର ସଦସ୍ୟତାରୁ ବହିଷ୍କାର କରାଯାଇଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମୋଇତ୍ରଙ୍କ ବହିଷ୍କାର ପାଇଁ ଏକ ପ୍ରସ୍ତାବ ଦେଇଥିଲେ, ଯାହାକୁ ଗୃହ ଭଏସ୍ ଭୋଟ୍ ଦ୍ୱାରା ଅନୁମୋଦନ କରିଥିଲା । ଏହାପୂର୍ବରୁ ଲୋକସଭାର ନୈତିକ କମିଟିର ରିପୋର୍ଟ ଉପରେ ଆଲୋଚନା କରିବା ପରେ ଏହାକୁ ଗୃହରେ ଅନୁମୋଦନ କରାଯାଇଥିଲା ଯେଉଁଥିରେ ମୋଇତ୍ରଙ୍କୁ ବହିଷ୍କାର କରିବାକୁ ପରାମର୍ଶ ଦିଆଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ଟିଏମସି ଏବଂ ବିଜେପି ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ରାମାୟଣ ମହାଭାରତ ପ୍ରସଙ୍ଗ ମଧ୍ୟ ଉଠିଥିଲା । ଲୋକସଭାରୁ ବହିଷ୍କୃତ ହେବାପରେ ଟିଏମ୍ସି ସାଂସଦ ମହୁଆ ମୈତ୍ର ଧମକ ଦେଇଛନ୍ତି। ପ୍ରଶ୍ନ ପାଇଁ ଲାଞ୍ଚ ନେବା ମାମଲାରେ ମହୁଆ ବହିଷ୍କୃତ ହେବାରୁ ତାଙ୍କ ସଂସଦୀୟ ପଦ ରଦ୍ଦ ହୋଇଛି। ଏଥିକ୍ସ କମିଟିର ସୁପାରିଶ ଆଧାରରେ ସାଂସଦଙ୍କୁ ବହିଷ୍କାର କରାଯାଇଛି। ଏଥିକ୍ସ କମିଟି ନିଜ ରିପୋର୍ଟରେ ମହୁଆଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଗୁରୁତର ବୋଲି କହିଥିଲା ଏବଂ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏହା ସହିତ ସଂସଦ ସଦସ୍ୟତା ରଦ୍ଦ କରିବାକୁ ମଧ୍ୟ ଦାବି କରିଥିଲା। ରିପୋର୍ଟ ଉପରେ ଆଲୋଚନା ବେଳେ ଟିଏମ୍ସି, କଂଗ୍ରେସ ଏବଂ ଅନ୍ୟ ବିରୋଧୀ ସାଂସଦମାନେ ମହୁଆ ମୈତ୍ରଙ୍କୁ କହିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ। ତେବେ ବିଜେପି ସାଂସଦମାନେ ଏହାକୁ ବିରୋଧ କରିଥିଲେ। ବାଚସ୍ପତି ଓମ୍ ବିର୍ଲା ମଧ୍ୟ ମହୁଆଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦେଇ ନ ଥିଲେ। ଏହାକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ବେଳେ ଶେଷରେ ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରିଛନ୍ତି ବାଚସ୍ପତି।
Trending
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
Next Post