ଅନେକ ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ । ତେବେ ଏହା ମଧ୍ୟରେ ଦୁଇଟି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆରବିଆଇ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯିବା ପରେ ଏବେ ଉକ୍ତ ବ୍ୟାଙ୍କର ଗ୍ରାହକମାନେ ସେମାନଙ୍କର ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ ।ଆରବିଆଇ ପକ୍ଷରୁ ଏନେଇ ଏକ ପ୍ରେସ୍ ବୃତ୍ତି ଜାରି କରି ସୂଚନା ଦିଆଯାଇଛି । ଅପର୍ଯ୍ୟାପ୍ତ ପୁଞ୍ଜି ଓ ନିୟମର ପାଳନ ନ କରିବା କାରଣରୁ ବ୍ୟାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପି କୋ-ଅପରେଟିଭ ବ୍ୟାଙ୍କ, ସୀତାପୁରର ଲାଇସେନ୍ସ ରଦ୍ଦ କରିଦିଆଯାଇଛି । ଏହା ପୂର୍ବରୁ ଗତ ୪ ତାରିଖରେ ଆଇବିଆଇ ପକ୍ଷରୁ କୋହ୍ଲାପୁରର ଇଚଲକରଞ୍ଜୀ ସ୍ଥିତ ଶଙ୍କରରାଓ ପୂଜାରି ନୂତନ ନଗରୀ ସହକାରୀ ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇଥିଲା ।ଡିସେମ୍ବର ୭ ତାରିଖରେ ଆରବିଆଇ ଏକ ପ୍ରେସ୍ ରିଲିଜ୍ ଜାରି କରି ଏନେଇ ସୂଚନା ଦେଇଛି । ତେବେ ଆଇବିଆଇ ପକ୍ଷରୁ ବ୍ୟାଙ୍କିଂ କାରବାର ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ଫଳରେ ଗ୍ରାହକମାନେ ଏବେ ସେମାନଙ୍କ ଆକାଉଣ୍ଟରୁ କ୍ୟାଶ ଉଠାଇ ପାରିବେ ନାହିଁ । ବର୍ତ୍ତମାନର ଆର୍ଥିକ ପରିସ୍ଥିତି କାରଣରୁ ବ୍ୟାଙ୍କ ତା’ର ଜମାକାରୀଙ୍କ ଅର୍ଥ ଭରଣା କରିବା ପାଇଁ ଅସମର୍ଥ ହେବ । ତେବେ ଆରବିଆଇର ଆଦେଶ ପରେ ଏବେ ଜମାକାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ରାଶି ମିଳିପାରିବ ।
Trending
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
Next Post