ଶପଥ ନେବା ପରେ ପ୍ରଜା ଦରବାର କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ
ତେଲଙ୍ଗାନା : ଶପଥ ନେବା ପରେ ପ୍ରଜା ଦରବାର କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ । ଲୋକଙ୍କ ସମସ୍ୟା ଶୁଣିବା ସହ ସରକାର ଲୋକଙ୍କ ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ଜନମଙ୍ଗଳ ସରକାର ଗଠନ ପାଇଁ ପ୍ରଜାଙ୍କ କଥା ଶୁଣିବାକୁ ସେ ପ୍ରାଥମିକତା ଦେଇ କାମ ଆରମ୍ଭ କରିଛନ୍ତି । ତେଲଙ୍ଗାନାର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରେବନ୍ତ ରେଡୀ । ଉପମୁଖ୍ୟମନ୍ତ୍ରୀ ମାଲ୍ଲୁ ବିକ୍ରମାର୍କ ରେଡ୍ଡୀ, ବରିଷ୍ଠ ନେତା ଉତ୍ତମ କୁମାର ରେଡୀଙ୍କ ସମେତ ୧୧ ମନ୍ତ୍ରୀ ଶପଥ ନେବା ପରେ କାମ ଆରମ୍ଭ କରିଛନ୍ତି । ଶପଥ ନେବା କ୍ଷଣି ମହାଲକ୍ଷ୍ମୀ, ରୟତୁ ଭରୋସା, ଗୃହ ଜ୍ୟୋତି, ଇନ୍ଦିରାମ୍ମା ଇନ୍ଦୁଲୁ, ୟୁବା ବିକାଶମ ଓ ଚେୟୁଥା ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସେ କରିଛନ୍ତି ଘୋଷଣା ।