ବର୍ଷ ଆରମ୍ଭରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ
ମେଟ୍ରୋ ଟିଭି ବ୍ୟୁରୋ,୧/୧: ରାଜ୍ୟରେ ଥିବା ପ୍ରାଥମିକ ବିଦ୍ୟାଳୟ ସବୁ ଜାନୁଆରୀ ୩ରୁ ହିଁ ଖେଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ସ୍କୁଲ ଖୋଲିବା ପ୍ଧବ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନୋଡାଲ ଅଧିକାରୀଙ୍କ ସହ ଡିଇଓ ଓ ବିଇଓମାନେ ସ୍କୁଲଗୁଡିକର ତଦାରଖ କରୁଛନ୍ତି ।ମାଟ୍ରିକ୍ ଓ ଯୁକ୍ତ୨ ପିଲାଙ୍କ ପରୀକ୍ଷା ସଠିକ ସମୟରେ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସୂଚନା ମିଳିଛି ସବୁ ପିଲାଙ୍କୁ ସ୍କୁଲ ଆସିବାକୁ ବାଧ୍ୟ୍ୟତାମୂଳକ କରାଯିବ ନାହିଁ ।ଛାତ୍ରାଛାତ୍ରୀ ମାନେ ଅଭିଭାବକଙ୍କ ଅନୁମତି ନେଇ ବିଦ୍ୟାଳୟ ଆସିବେ । ଶ୍ରେଣୀ ଗୃହ ପାଠପଢା ଜାରି ରହିଲେ ମଧ୍ୟ ଅନଲାଇନ ପାଠପଢା ଜାରି ରହିବ । ସ୍କୁଲ ନଆସି ଅନଲାଇନ ମାଧମରେ ମଧ୍ୟ ସେମାନେ ପଢିପାରିବେ ।ଦେଶବ୍ୟାପି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ ଥିଲା । ଯାହାର ପୁର୍ନବିଚାର ହେବା ପାଇ ଡିଏମଇଟି ଡା.ରମାରମଣ ମହାନ୍ତି କହିଥିଲେ ।ଏବେ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେବା ପରେ ଏହି ଦ୍ୱନ୍ଦ ଉପରେ ପୁଣ୍ୟଚ୍ଛେଦ ପଡିଛି । ଓମିକ୍ରନ୍ ଥିଲେ ମଧ୍ୟ ରାଜ୍ୟ ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି । କରୋନା ପାଇ ଶିକ୍ଷାନୁଷ୍ଠାନରେ ସଠିକ ପଦକ୍ଷେପ ଗ୍ରହଣ କରାଯିବ । ପିଲାଙ୍କୁ ଗହଳି ସ୍ଥାନରୁ ଦୁରେଇ ରଖିବା ପାଇ ସ୍କୁଲ ମାନଙ୍କରେ କଠୋର ପନ୍ଥା ଗ୍ରହଣ କରାଯାଇଛି ।