ବିଶ୍ୱକପ ୨୦୨୩ ପରେ ଭାରତୀୟ ଟିମର ପ୍ରଦର୍ଶନକୁ ରିଭ୍ୟୁ କରିବା ପରେ ବିସିସିଆଇ ଅଧିକାରୀ ଏକ ବୈଠକ ଡାକିଛନ୍ତି । ଏହି ବୈଠକରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ କଥାବାର୍ତ୍ତା ହୋଇଛି । ଏହି ବୈଠକରେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡଙ୍କୁ ନେଇ ଆଲୋଚନା କରାଯାଇଥିଲା । ଏହା ପରେ ରୋହିତ ଶର୍ମା ବିସିସିଆଇ ଅଧିକାରୀଙ୍କୁ ଆଗାମୀ ଟି୨୦ ବିଶ୍ୱକପରେ ଖେଳିବାକୁ ନେଇ କହିଛନ୍ତି ।ଖବର ମୁତାବକ, ରୋହିତ ବୋର୍ଡ ମେମ୍ବର୍ସଙ୍କୁ କହିଛନ୍ତି, ଯଦି ଆପଣ ଟି-୨୦ ବିଶ୍ୱକପ ପାଇଁ ମୋତେ ଚୟନ କରିବାକୁ ଚାହୁଁଛନ୍ତି, ତେବେ ଆଜିଠାରୁ କହିଦିଅନ୍ତୁ । ବୈଠକରେ ଥିବା ସମସ୍ତ ଅଧିକାରୀ, ଚୟନକର୍ତ୍ତା ଏବଂ କୋଚ୍ ରାହୁଲ ଦ୍ରାବିଡ ଏକମତ ଭାବେ ରୋହିତଙ୍କୁ ଟି୨୦ ବିଶ୍ୱକପ ଦାୟିତ୍ୱ ଦେବାକୁ ଚାହୁଁଛନ୍ତି । ଚୟନକର୍ତ୍ତା ଟିମ୍ ରୋହିତ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜ ଦାୟିତ୍ୱ ନିଅନ୍ତୁ ବୋଲି ଚାହୁଁଥିଲେ । ରୋହିତ କିଛିଦିନ ପାଇଁ ବ୍ରେକ ମାଗିଛନ୍ତି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post