ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ଅଛନ୍ତି ଯେଉଁମାନେ ସୁପରହିଟ୍ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିବା ପରେ ଲାଇମଲାଇଟ୍ରୁ ଦୂରେଇ ଯାଇଛନ୍ତି କିମ୍ବା ଲିଡ଼୍ ରୋଲରୁ ସପୋର୍ଟିଙ୍ଗ୍, ନେଗେଟିଭ୍ କିମ୍ବା କୌଣସି ଛୋଟ ରୋଲ କରୁଥିବାର ନଜର ଆସିଛନ୍ତି । ଆଜି ଆମେ ଏମିତି ଜଣେ ଷ୍ଟାର କିଡ଼ଙ୍କ ବଷୟରେ କହିବୁ ଯିଏ ହେଉଛନ୍ତି ବଲିଉଡ଼ ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀର ଜଣେ ଭେଟେରାନ ନିର୍ମାତାଙ୍କ ପୁଅ ।ଅନେକ ବର୍ଷରୁ ଏହି ଆକ୍ଟର ଜଣଙ୍କ ଗୋଟିଏ ବି ସୋଲୋ ହିଟ୍ ବା ବ୍ଲକବଷ୍ଟର ଫିଲ୍ମ କରିନାହାନ୍ତି । ଏତେ ଅସଫଳତା ପରେ ମଧ୍ୟ ତାଙ୍କୁ ବଡ଼ ବଡ଼ ପ୍ରୋଜେକ୍ଟ ମିଳୁଛି । ହଁ ଆଜ୍ଞା ଆମେ କଥା ହେଉଛୁ ବିଶିଷ୍ଟ ଫିଲ୍ମ ନିର୍ମାତା ବୋନି କପୁରଙ୍କ ପୁଅ ଅର୍ଜୁନ କପୁରଙ୍କ ବିଷୟରେ । ୨୦୧୨ରେ ‘ଇଶକ୍ଜାଦେ’ରୁ ବଲିଉଡ଼ରେ ଏଣ୍ଟ୍ରୀ କରିଥିଲେ । ଏହି ଚଳଚ୍ଚିତ୍ର ବ୍ଲକବଷ୍ଟର ହୋଇଥିଲା । ଏହା ପରେ ‘ଟୁ ଷ୍ଟେଟ୍ସ୍’ ଏବଂ ‘ହାଫ୍ ଗର୍ଲଫ୍ରେଣ୍ଡ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ୨୦୧୭ରେ ହାଫ୍ ଗର୍ଲଫ୍ରେଣ୍ଡ ରିଲିଜ ହୋଇଥିଲା । ଏହା ପରେ ସେ ୧୦ଟି ଫିଲ୍ମରେ କାମ କରିଥିଲେ ସୁଦ୍ଧା ଗୋଟିଏ ବି ଫିଲ୍ମ ହିଟ୍ ହୋଇନି ବା ବକ୍ସ ଅଫିସରେ ଏତେ କମାଲ ଦେଖାଇପାରିନି । ତାଙ୍କର କେତୋଟି ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଛି । ନିକଟରେ ଅର୍ଜୁନ କପୁରଙ୍କ ଲେଟେଷ୍ଟ ରିଲିଜ ‘ଦି ଲେଡ଼ି କିଲର’କୁ ସୀମିତ ସ୍କ୍ରୀନ୍ରେ ରିଲିଜ ହେବା ସତ୍ତ୍ୱେ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଥିଲା । ଏହା ପୂର୍ବରୁ ମଲ୍ଟି ଷ୍ଟାରର ‘କୁତ୍ତେ’ ଭାରତରେ କେବଳ ୪ କୋଟି ଟଙ୍କାର ମୋଟ୍ ଆୟ କରିଥିଲା । ୨୦୨୧ରେ କୋଭିଡ଼୍ ସମୟରେ ରିଲିଜ ହୋଇଥିବା ‘ସଂଦୀପ ଔର ପିଙ୍କି ଫରାର’କୁ ଲକ୍ଡ଼ାଉନ୍ କାରଣରୁ କ୍ଷତି ସହିବାକୁ ପଡ଼ିଥିଲା । କିନ୍ତୁ ଓଟିଟିରେ ଲୋକମାନେ ଏହାକୁ ବେଶ ପ୍ରଶଂସା କରିଥିଲେ ।
Trending
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
- ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
Prev Post
Next Post