ବଲିଉଡ଼ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ଅଛନ୍ତି ଯେଉଁମାନେ ସୁପରହିଟ୍ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିବା ପରେ ଲାଇମଲାଇଟ୍ରୁ ଦୂରେଇ ଯାଇଛନ୍ତି କିମ୍ବା ଲିଡ଼୍ ରୋଲରୁ ସପୋର୍ଟିଙ୍ଗ୍, ନେଗେଟିଭ୍ କିମ୍ବା କୌଣସି ଛୋଟ ରୋଲ କରୁଥିବାର ନଜର ଆସିଛନ୍ତି । ଆଜି ଆମେ ଏମିତି ଜଣେ ଷ୍ଟାର କିଡ଼ଙ୍କ ବଷୟରେ କହିବୁ ଯିଏ ହେଉଛନ୍ତି ବଲିଉଡ଼ ଏବଂ ସାଉଥ୍ ଇଣ୍ଡଷ୍ଟ୍ରୀର ଜଣେ ଭେଟେରାନ ନିର୍ମାତାଙ୍କ ପୁଅ ।ଅନେକ ବର୍ଷରୁ ଏହି ଆକ୍ଟର ଜଣଙ୍କ ଗୋଟିଏ ବି ସୋଲୋ ହିଟ୍ ବା ବ୍ଲକବଷ୍ଟର ଫିଲ୍ମ କରିନାହାନ୍ତି । ଏତେ ଅସଫଳତା ପରେ ମଧ୍ୟ ତାଙ୍କୁ ବଡ଼ ବଡ଼ ପ୍ରୋଜେକ୍ଟ ମିଳୁଛି । ହଁ ଆଜ୍ଞା ଆମେ କଥା ହେଉଛୁ ବିଶିଷ୍ଟ ଫିଲ୍ମ ନିର୍ମାତା ବୋନି କପୁରଙ୍କ ପୁଅ ଅର୍ଜୁନ କପୁରଙ୍କ ବିଷୟରେ । ୨୦୧୨ରେ ‘ଇଶକ୍ଜାଦେ’ରୁ ବଲିଉଡ଼ରେ ଏଣ୍ଟ୍ରୀ କରିଥିଲେ । ଏହି ଚଳଚ୍ଚିତ୍ର ବ୍ଲକବଷ୍ଟର ହୋଇଥିଲା । ଏହା ପରେ ‘ଟୁ ଷ୍ଟେଟ୍ସ୍’ ଏବଂ ‘ହାଫ୍ ଗର୍ଲଫ୍ରେଣ୍ଡ’ ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ୨୦୧୭ରେ ହାଫ୍ ଗର୍ଲଫ୍ରେଣ୍ଡ ରିଲିଜ ହୋଇଥିଲା । ଏହା ପରେ ସେ ୧୦ଟି ଫିଲ୍ମରେ କାମ କରିଥିଲେ ସୁଦ୍ଧା ଗୋଟିଏ ବି ଫିଲ୍ମ ହିଟ୍ ହୋଇନି ବା ବକ୍ସ ଅଫିସରେ ଏତେ କମାଲ ଦେଖାଇପାରିନି । ତାଙ୍କର କେତୋଟି ଫିଲ୍ମ ଫ୍ଲପ୍ ମଧ୍ୟ ହୋଇଛି । ନିକଟରେ ଅର୍ଜୁନ କପୁରଙ୍କ ଲେଟେଷ୍ଟ ରିଲିଜ ‘ଦି ଲେଡ଼ି କିଲର’କୁ ସୀମିତ ସ୍କ୍ରୀନ୍ରେ ରିଲିଜ ହେବା ସତ୍ତ୍ୱେ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିଥିଲା । ଏହା ପୂର୍ବରୁ ମଲ୍ଟି ଷ୍ଟାରର ‘କୁତ୍ତେ’ ଭାରତରେ କେବଳ ୪ କୋଟି ଟଙ୍କାର ମୋଟ୍ ଆୟ କରିଥିଲା । ୨୦୨୧ରେ କୋଭିଡ଼୍ ସମୟରେ ରିଲିଜ ହୋଇଥିବା ‘ସଂଦୀପ ଔର ପିଙ୍କି ଫରାର’କୁ ଲକ୍ଡ଼ାଉନ୍ କାରଣରୁ କ୍ଷତି ସହିବାକୁ ପଡ଼ିଥିଲା । କିନ୍ତୁ ଓଟିଟିରେ ଲୋକମାନେ ଏହାକୁ ବେଶ ପ୍ରଶଂସା କରିଥିଲେ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post