୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ବିଜେପିର ଏହି ସଫଳତା ପରେ କେବଳ ଶେୟାର ବଜାର ଉତ୍ସାହିତ ହୋଇ ନାହିଁ, କେନ୍ଦ୍ରୀୟ କର୍ମଚାରୀମାନେ ମଧ୍ୟ ବଡ଼ ଆଶା ବାନ୍ଧିଛନ୍ତି । ତେଣୁ ଆସନ୍ତା ୨୦୨୪ ନୂଆ ବର୍ଷ ଆରମ୍ଭ ହେବା ଅବସରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି ।ସାଧାରଣ ଭାବେ ପ୍ରତିବର୍ଷ କେନ୍ଦ୍ର ସରକାର ଜାନୁଆରୀ-ଜୁନ୍ ପର୍ଯ୍ୟନ୍ତ ୬ ମାସ ପାଇଁ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଥାନ୍ତି । ଏହାଫଳରେ ୪୮ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୮ ଲକ୍ଷ ପେନସନଧାରୀ ଉପକୃତ ହୋଇଥାନ୍ତି । ତେବେ ପ୍ରଥମ ୬ ମାସ ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରିପାରନ୍ତି । ଯଦି ଏପରି ହୁଏ, ତେବେ କର୍ମଚାରୀଙ୍କ ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚିଯିବ । ଏହାଫଳରେ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ (ଏଚଆରଏ) ମଧ୍ୟ ବୃଦ୍ଧି ଘଟିବ ।ଏଆଇସିପିଆଇ ଇଣ୍ଡେକ୍ଟ ମୁତାବକ, ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ସୂଚକାଙ୍କ ୧୩୮.୪ ଅଙ୍କରେ ରହିଥିଲା । ମାତ୍ର ମାସକ ମଧ୍ୟରେ ଏହି ଇଣ୍ଡେକ୍ସରେ ୦.୯ ଅଙ୍କ ବୃଦ୍ଧି ପାଇଛି । ତେବେ ନଭେମ୍ବର ଓ ଡିସେମ୍ବର ମାସର ଅଙ୍କ ବର୍ତ୍ତମାନ ସୁଦ୍ଧା ଆସିନଥିବା ବେଳେ ତା’ ପ୍ୟାଟର୍ଣ୍ଣ ଏକ ନୂଆ ସୂଚନା ଦେଇଛି । ୨୦୨୪ ଜାନୁଆରୀରୁ ଜୁନ୍ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାରେ ସବୁଠାରୁ ଅଧିକ ବୃଦ୍ଧି ହୋଇପାରେ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Next Post