ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା
ଜୟପୁର:ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା କରାଯାଇଛି । ସିସିଟିଭିରେ କଏଦ ହୋଇଛି ତାଙ୍କ ହତ୍ୟା ବେଳର ଦୃଶ୍ୟ। ନିର୍ବାଚନ ପରେ ଏପରି ହିଂସାକୁ ନେଇ ରାଜନୀତି ଜୋର ଧରିଛି । ଏଥିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ତିନି ଅଜଣା ଲୋକ ସୁଖଦେବ ସିଂ ଗୋଗାମେଡିଙ୍କ ସହ ସାମ୍ନାସାମ୍ନି ବସି କଥା ହେଉଛନ୍ତି। ଏହା ପରେ ହଠାତ୍ ସେମାନେ ସୁଖଦେବଙ୍କୁ ଅତର୍କିତ ଗୁଳିମାଡ଼ କରୁଛନ୍ତିି। ଜୟପୁରର ଶ୍ୟାମ ନଗର ଜନପଥରେ ଥିବା ତାଙ୍କ ବାସଭବନରେ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ରାଜସ୍ଥାନର ରୋହିତ ଗୋଦାରା ଗ୍ୟାଙ୍ଗ୍ ନିଜକୁ ଦାୟୀ କରିଛି। ତିନି ଜଣ ତାଙ୍କ ରୁମକୁ ଯାଇ ସେଠାରେ ବସି ପ୍ରାୟ ୧୦ ମିନିଟ୍ କଥାବାର୍ତ୍ତା କରିଥିଲେ । ଏହା ପରେ ସେମାନେ ହଠାତ୍ ସୁଖଦେବଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳିମାଡ଼ କରିଥିଲେ । ପାଖରେ ଛିଡ଼ା ହୋଇଥିବା ଗୋଗାମେଡିଙ୍କ ଜଣେ ଅଙ୍ଗରକ୍ଷୀ ମଧ୍ୟ ଆକ୍ରମଣକାରୀଙ୍କୁ ପାଲଟା ଗୁଳି ଚଳାଇଥିଲା। କ୍ରସ୍ ଫାୟାରିଂରେ ଜଣେ ଆକ୍ରମଣକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି। ରୋହିତ ଗୋଦରା ଗ୍ୟାଙ୍ଗ୍ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ଏହି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ୍ ସହ ଜଡ଼ିତ ।