୩ଟି ରାଜ୍ୟରେ ବିଜେପିର ପ୍ରଚଣ୍ଡ ବିଜୟର ପ୍ରଭାବ ଆଜି ସେୟାର ମାର୍କେଟ୍ ଉପରେ ଦେଖିବାକୁ ମିଳିଛି । ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି । ସେହିପରି ନିଫ୍ଟି ବ୍ୟାଙ୍କ କ୍ଷେତ୍ରରେ ଆଜି ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର କାରବାର ୧୬୧୭ ପଏଣ୍ଟରୁ ଆରମ୍ଭ ହୋଇ ୪୬,୪୩୧ରେ ପହଞ୍ଚିଛି । ମିଡକ୍ୟାପ୍ ଇଣ୍ଡେକ୍ସ ୫୩୬ ପଏଣ୍ଟ ବଢି ୪୩, ୯୧୯ରେ ବନ୍ଦ ହୋଇଛି ।ଆଜିର କାରବାରରେ ଫାର୍ମା ସେକ୍ଟରକୁ ଛାଡି ସମସ୍ତ ସେକ୍ଟର ଇଣ୍ଡେକ୍ସରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟାଙ୍କିଂ, ପବ୍ଲିକ୍ ସେକ୍ଟର ୟୁନିଟ୍ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି । ମେଟାଲ, ଅଟୋ, ଆଇଟି ଇଣ୍ଡେକ୍ସ ସେକ୍ଟରରେ ସେୟାର କ୍ଷେତ୍ରରେ ମଧ୍ୟ ସମଚିତ୍ର ଦେଖିବାକୁ ମିଳିଛି । ତୈଳ ଓ ଗ୍ୟାସ୍ ସେୟାରରେ ମଧ୍ୟ ଜୋରଦାର ବୃଦ୍ଧି ଘଟିଛି । ଫଳରେ କାରବାର ଶେଷରେ ସେନସେକ୍ସ ୧୩୮୪ ପଏଣ୍ଟ ଅର୍ଥାତ୍ ୨.୦୫% ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ଅର୍ଥାତ୍ ୨.୦୭% ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post