୩ଟି ରାଜ୍ୟରେ ବିଜେପିର ପ୍ରଚଣ୍ଡ ବିଜୟର ପ୍ରଭାବ ଆଜି ସେୟାର ମାର୍କେଟ୍ ଉପରେ ଦେଖିବାକୁ ମିଳିଛି । ସେନସେକ୍ସ ୧୩୮୪ ପଏଣ୍ଟ ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି । ସେହିପରି ନିଫ୍ଟି ବ୍ୟାଙ୍କ କ୍ଷେତ୍ରରେ ଆଜି ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାର କାରବାର ୧୬୧୭ ପଏଣ୍ଟରୁ ଆରମ୍ଭ ହୋଇ ୪୬,୪୩୧ରେ ପହଞ୍ଚିଛି । ମିଡକ୍ୟାପ୍ ଇଣ୍ଡେକ୍ସ ୫୩୬ ପଏଣ୍ଟ ବଢି ୪୩, ୯୧୯ରେ ବନ୍ଦ ହୋଇଛି ।ଆଜିର କାରବାରରେ ଫାର୍ମା ସେକ୍ଟରକୁ ଛାଡି ସମସ୍ତ ସେକ୍ଟର ଇଣ୍ଡେକ୍ସରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବ୍ୟାଙ୍କିଂ, ପବ୍ଲିକ୍ ସେକ୍ଟର ୟୁନିଟ୍ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି । ମେଟାଲ, ଅଟୋ, ଆଇଟି ଇଣ୍ଡେକ୍ସ ସେକ୍ଟରରେ ସେୟାର କ୍ଷେତ୍ରରେ ମଧ୍ୟ ସମଚିତ୍ର ଦେଖିବାକୁ ମିଳିଛି । ତୈଳ ଓ ଗ୍ୟାସ୍ ସେୟାରରେ ମଧ୍ୟ ଜୋରଦାର ବୃଦ୍ଧି ଘଟିଛି । ଫଳରେ କାରବାର ଶେଷରେ ସେନସେକ୍ସ ୧୩୮୪ ପଏଣ୍ଟ ଅର୍ଥାତ୍ ୨.୦୫% ବୃଦ୍ଧି ପାଇ ୬୮,୮୬୫ରେ ପହଞ୍ଚିଛି ଓ ନିଫ୍ଟି ୫୦, ୪୧୯ ପଏଣ୍ଟ ଅର୍ଥାତ୍ ୨.୦୭% ବୃଦ୍ଧି ପାଇ ୨୦,୬୮୭ରେ ପହଞ୍ଚିଛି ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Prev Post