ବ୍ରିଟେନ ସରକାର ଦେଶରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ଏକ ଦୃଢ଼ ପଦକ୍ଷେପ ନେଇଥିବା ସୋମବାର ଘୋଷଣା କରିଛନ୍ତି। ଏଥିରେ ବିଦେଶୀ ଶ୍ରମିକମାନଙ୍କ ପାଇଁ ଦକ୍ଷତା ଭିତ୍ତିକ ଭିସା ପାଇବା ପାଇଁ ଅଦିକ ବେତନ ସୀମା ଧାର୍ଯ୍ୟ କରିବା ଉପରେ ରୋକ ଲଗାଯାଇଛି । ଏହା ସହିତ ପରିବାର ସଦସ୍ୟଙ୍କୁ ନିର୍ଭରଶୀଳ ଭାବରେ ଆଣିବା ଉପରେ ଏକ ନିଷେଧାଦେଶ ଜାରି କରାଯାଇଛି । ବ୍ରିଟେନର ଗୃହମନ୍ତ୍ରୀ ଜେମ୍ସ କ୍ଲିଭରଲି ବ୍ରିଟିଶ ସଂସଦର ଲୋୟର ହାଉସ ‘ହାଉସ ଅଫ୍ କମନ୍ସ’ରେ ଏ ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଏହି କାର୍ୟ୍ୟାନୁଷ୍ଠାନ ଅନୁଯାୟୀ ସ୍ୱାସ୍ଥ୍ୟ ଭିସା ଉପରେ ଡାକ୍ତରମାନେ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ସାଙ୍ଗରେ ଆଣି ପାରିବେ ନାହିଁ ବୋଲି କୁହାଯାଇଛି। ତେବେ ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ।ଏଥି ସହିତ ବ୍ରିଟିଶ ସରକାର କହିଛନ୍ତି ଯେ କୁଶଳୀ ଶ୍ରମିକ ଭିସା ମାଧ୍ୟମରେ ବ୍ରିଟେନକୁ ଆସିବାକୁ ଆବେଦନ କରୁଥିବା ବ୍ୟକ୍ତିଙ୍କ ଦରମା ବର୍ତ୍ତମାନର ୨୬,୨୦୦(ପ୍ରାୟ ୨୮ ଲକ୍ଷ ଟଙ୍କା) ବ୍ରିଟିଶ ପାଉଣ୍ଡରୁ ୩୮,୭୦୦(ପ୍ରାୟ ୪୦ ଲକ୍ଷ ଭାରତୀୟ ଟଙ୍କା) ବ୍ରିଟିଶ ପାଉଣ୍ଡକୁ ବୃଦ୍ଧି କରାଯିବ। ସମାନ ବେତନ ରାଶି ପରିବାର ଭିସା ବର୍ଗରେ ଆବେଦନ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Next Post