ଅର୍ଚ୍ଚନା ନାଗଙ୍କୁ ଆଶ୍ୱସ୍ତି : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ୍

ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ମିଳିଛି ଜାମିନ୍ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ମିଳିସାରିଛି । ସମସ୍ତ ୩ଟି ମାମମଲାରେ ଜାମିନ୍ ମିଳିଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ନାଗ ଜେଲକୁ ମୁକୁଳିପାରନ୍ତି । ପୂର୍ବରୁ ନୟାପଲ୍ଲୀ ଥାନା ମାମଲା ଓ ଖଣ୍ଡଗିରି ଥାନା ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଥିଲେ ହାଇକୋର୍ଟ । ଅର୍ଚ୍ଚନା ନାଗ ମାମଲାରେ ଇଡିକୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ। ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବରଙ୍କୁ ରିମାଣ୍ଡରେ ଆଣି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ଇଡି। ସୋମବାର ଦିନ ଜେରାବେଳେ ଅନେକଙ୍କ ଗୁମର ଖୋଲିଛନ୍ତି ଖଗେଶ୍ବର। ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟରେ ୩ ଜଣ ବିଧାୟକ ନାଁ ଆସୁଥିବା ଇଡି ସୁରାକ୍‌ ପାଇଛି। ଏହି ୩ ଜଣ ବିଧାୟକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଅଛନ୍ତି। ୩ ଜଣ ବିଧାୟକଙ୍କର ସଧାସଳଖ ନ ହେଲେ ମଧ୍ୟ ଭିନ୍ନ ଭିନ୍ନ ରାସ୍ତା ବାଟେ ଅର୍ଚ୍ଚନା ନାଗଙ୍କ ପାଖକୁ ଟଙ୍କା କାରବାର ହୋଇଛି। ମୁଖ୍ୟତଃ ଏହି କାରବାର ଖଗେଶ୍ବରଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧମ୍ୟରେ ହୋଇଥିବା ଇଡିର ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଟ୍ରାନଜାକ୍ସନ୍ ତଥ୍ୟ ବ୍ୟାଙ୍କରୁ ମିଳିବା ପରେ ୩ ଜଣ ବିଧାୟକଙ୍କୁ ନୋଟିସ୍ କରାଯିବ ବୋଲି ବିଶେଷସୂତ୍ରରୁ ଖବର ମିଳିଛି।