ଆଜି ସରୁଛି ବାଲିଯାତ୍ରା

ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ୮ ଦିନିଆ ମହାମେଳାର ଆଜି ଶେଷଦିନ। ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ । ସେପଟେ ବାଲିଯାତ୍ରାର ଅବଧିକୁ ଦୁଇଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।