ନୂଆପଡ଼ାରେ ବାଘ ପୁଣି ଆତଙ୍କ:

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ନିକଟ କଟିଙ୍ଗପାଣି ଗାଁରେ ପୁଣି ଏକ କଊରାପତରିଆ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ମିଳିଛି। ଏହି ତିନିଜଣଙ୍କୁ ଦେଖିଥବା ନୂଆପଡ଼ା ବ୍ଲକ୍ ଧରମବନ୍ଧା ଥାନା କଟିଙ୍ଗପାଣି ଗ୍ରାମବାସୀ କହିଛନ୍ତି। ଗତକାଲି ରାତିରେ କେତେକ ଚାଷୀ ସେମାନଙ୍କ ଧାନ ଧରି ମଣ୍ଡିକୁ ଯାଉଥିବା ବେଳେ ଏକ ବାଘ ଓ ତାର ଦୁଇଟି ଛୁଆକୁ ଦେଖିବାକୁ ପାଇଥିଲେ। କିଛି ଦିନ ତଳେ ନୂଆପଡ଼ା ଜିଲ୍ଲାରେ ଉତ୍ପାତ ଚଳାଇଥିବା ଅନ୍ୟ ଏକ ବାଘ କୋଦୋପାଲି ଗାଁକୁ ଆସିଥିଲା ବେଳେ ଧରାପଡ଼ିଥିଲା। ଗାଁରେ ବୁଲୁଥିବା ବେଳେ ଗ୍ରାମବାସୀ ପାଟି କରିବାରୁ ବାଘ ଗାଁର ଜିରାଖଣ୍ଡ ସାହୁଙ୍କ ଘର ଭିତରେ ପଶି ଯାଇଥିଲା। ଉକ୍ତ ଘରେ କେହି ରହୁନଥିଲେ ଓ ତାହା ଖାଲି ପଡ଼ିଥିଲା। ଗ୍ରାମବାସୀ ସଙ୍ଗେସଙ୍ଗେ ଘର କବାଟ ବନ୍ଦ କରି ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଗ୍ୟାସ୍ ପ୍ରୟୋଗ କରି ଚେତାଶୂନ୍ୟ କରିଥିଲେ। ଏହାପରେ ଏହାକୁ ଯନ୍ତାରେ ନେଇଯାଇଥିଲେ। ୪ ଦିନ ତଳେ ଜଣେ ବାଳକକୁ ମାରିଥିବା ଏହି ବାଘ ଧରମବନ୍ଧା ଥାନା ସିଲିଆରିବାହାର ଗାଁର ଜଣେ ମହିଳାଙ୍କୁ ଝାମ୍ପି ନେଇ ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା। ସେହିପରି ଶନିବାର ଧରମବନ୍ଧା ଥାନା କୋଦୋପାଲି ଗାଁର ଜଣେ ୮ବର୍ଷ ବୟସର ବାଳକକୁ ଆକ୍ରମଣ କରି ଖଣ୍ଡିଆଖାବରା କରିଥିଲା।