ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ

ରାୟପୁର : ରାୟପୁରରେ ଆଜି ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ଭାରତ। ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ୫ ଟିକିଆ ସିରିଜ୍ କୁ ୩-୧ରେ କବଜା କରି ନେଇଛି ଘରୋଇ ଦଳ। ଭାରତ ପକ୍ଷରୁ ରଖାଯାଇଥିବା ୧୭୫ ରନ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୫୪ ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ମାଥ୍ୟୁ ଓ୍ବାଡେ ୩୬ ରନ, ଟ୍ରାଭିସ୍ ହେଡ୍ ୩୧ରନ ଓ ମାଥ୍ୟ ସର୍ଟ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ ଓ୍ବିକେଟ ନେଇଥିବାବେଳେ ଦୀପକ ଚହର ୨ଟି ଓ୍ବିକେଟ୍ ନେଇଥିଲେ ।  ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।  ଜୟସ୍ବାଲ ୩୭ ରନରେ ଆଉଟ ହେବା ପରେ ଶ୍ରେୟସ ଆୟର ୮ ରନ ଓ ଅଧିନାୟକ ସୂର୍ଯ୍ୟକୁମାର ମାତ୍ର ୧ ରନରେ ଆଉଟ ହୋଇଥିଲେ ।  ଗାଏକ୍ବାଡ୍ ୩୨ରନ କରିଥିବାବେଳେ ରିଙ୍କୁ ୪୬ ରନ ଓ ଜିତେଶ ୩୫ରନ କରିଥିଲେ । ୧୭୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ଧୁଆଁଧାର ଆରମ୍ଭ କରିଥିଲା। କିନ୍ତୁ ଭାରତୀୟ ସ୍ପିନରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ କଙ୍ଗାରୁ ବ୍ୟାଟ୍ସମ୍ୟାନ୍‌। ଯାହାଫଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୫୪ ରନ୍‌ କରିବାରେ ସଫଳ ହୋଇଥିଲା । ଏହା ସହ ଭାରତ ଏହି ମ୍ୟାଚ୍‌କୁ ୨୦ ରନ୍‌ରେ ବିଜୟଲାଭ କରିଥିଲା।