ଲୋକେ ବିଭିନ୍ନ ପ୍ରକାର ଘଡ଼ି ବା ଘଣ୍ଟାର ବ୍ୟବହାର କରିଥାନ୍ତି। ସକାଳୁ ଉଠିବାଠାରୁ ରାତିରେ ଶୋଇବା ଯାଏଁ ଜରୁରୀ ହୋଇଥାଏ ଘଣ୍ଟା। କୁହାଯାଏ ସଠିକ୍ ସ୍ଥାନରେ ଘଣ୍ଟା ରଖିଲେ ଜୀବନରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଦିଗରେ ଘଣ୍ଟା ରଖିଲେ ଏହା ଶୁଭଦାୟକ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଶୟନ କକ୍ଷରେ ଓ ଡାଇନିଙ୍ଗ୍ ରୁମ୍ରେ ଘଣ୍ଟା ଲଗାଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଏହି ସ୍ଥାନରେ ଘଣ୍ଟା ଏପରି ଲଗାନ୍ତୁ, ଯେପରି ପ୍ରବେଶ କରିବା ମାତ୍ରେ ଘଣ୍ଟା ନଜରରେ ଆସିବ ନାହିଁ। ଜାଣନ୍ତୁ..
ଘଣ୍ଟାକୁ କଦାପି କବାଟ ସାମ୍ନାରେ କିମ୍ବା ଠିକ୍ ଏହାର ଉପରକୁ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦୁର୍ଭାଗ୍ୟ ପ୍ରବେଶ କରିଥାଏ।ଘରେ ପେଣ୍ଡୁଲମ୍ ଆକାରର ଘଣ୍ଟା ଲଗାଇବା ଶୁଭଙ୍କର। ଏହାଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ ଓ ଉତ୍ତମ ବୁଝାମଣା ରହିଥାଏ। ଖରାପ ସମୟ ଦୂର ହେବା ସହ ଧନହାନୀ ଦୂର ହୋଇଥାଏ।ଘଣ୍ଟାକୁ ପୂର୍ବ ଓ ଉତ୍ତର ଦିଗରେ ଲଗାଇବା ଶୁଭଙ୍କର। ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ।କିଛି ଲୋକେ ଟେବୁଲ ଉପରେ ଘଣ୍ଟା ରଖିଥାଆନ୍ତି। ମାତ୍ର ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହେବା ସହ ପରିବାରରେ ଅଶାନ୍ତି ଲାଗି ରହେ।ଦକ୍ଷିଣ ଦିଗରେ ଘଣ୍ଟା ରଖନ୍ତୁ ନାହିଁ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଜୀବନରେ ସମସ୍ୟା ଲାଗି ରହେ।ଦକ୍ଷିଣ ଦିଗରେ ଘଣ୍ଟା ରଖିଲେ ଘରର ସଦସ୍ୟ ମାନଙ୍କ ଆର୍ଥିକ ସମସ୍ୟା ଦେଖା ଦେବା ସହ ଘରର ମୁଖ୍ୟ ଲୋକଙ୍କ ଶରୀର ମଧ୍ୟ ରୋଗଗ୍ରସ୍ତ ରହେ।ଘରର କବାଟ କିମ୍ବା ଝରକା ଉପରେ ଲଗାଇଲେ ବିଭିନ୍ନ ସମସ୍ୟା ଲାଗି ରହେ।ପୂର୍ବ ଦିଗରେ ଏହା ରଖିଲେ ଘରେ ଆନନ୍ଦର ବାତାବରଣ ରହିବା ସହ ଆର୍ଥିକ ଉନ୍ନତି ଘଟିଥାଏ।ପଶ୍ଚିମ ଦିଗରେ ରଖିଲେ ଜୀବନରେ ଉନ୍ନତି ଘଟିଥାଏ ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post