ଆଜିଠାରୁ ଆରମ୍ଭ ହୋଇଯିବ ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ମାସ । ନୂଆବର୍ଷରେ କିଛି ନୂଆ ନିୟମ ବି ଲାଗୁ ହୋଇଯିବ । ଏହି ନୂଆ ନିୟମ ଆପଣଙ୍କ ପକେଟ୍ ସହିତ ଆପଣଙ୍କ ଦୈନ୍ୟନ୍ଦିନ ଜୀବନ ଉପରେ ବି ପ୍ରଭାବ ପକାଇପାରେ । ତାହେଲେ ଆସନ୍ତୁ ଜାଣିବା ଡିସେମ୍ବର ମାସରେ କଣ କଣ ନିୟମରେ ସବୁ ପରିବର୍ତ୍ତନ ହେଉଛି ।ଡିସେମ୍ବର ମାସରେ ସିମ୍ କାର୍ଡ, ୟୁପିଆଇ ଆଇଡି, ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହ ଜଡିତ ନୂଆ ନିୟମ ଲାଗୁ ହୋଇଯିବ । ୧ ଡିସେମ୍ବରରେ ଦେଶରେ ସିମ୍ କାର୍ଡ କିଣିବା ଓ ବିକିବା ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ପୂର୍ବରୁ ଲୋକମାନେ ଗୋଟିଏ ଆଇଡିରେ ଏକ ସଙ୍ଗେ ବହୁ ସିମ୍ କାର୍ଡ କିଣିପାରୁଥିଲେ । କିନ୍ତୁ ଏବେ ୧ ଡିସେମ୍ବରରୁ ଆପଣ ଆଉ ଏହା କରିପାରିବେ ନାହିଁ । ଆପଣଙ୍କୁ କେବଳ ସୀମିତ ସଂଖ୍ୟାରେ ସିମ୍ କାର୍ଡ କିଣିବାକୁ ଅନୁମତି ମିଳିପାରିବ । ସେହିପରି ସିମ୍ କାର୍ଡ ବିକ୍ରୀ କରୁଥିବା ବ୍ୟକ୍ତିଙ୍କୁ ରେଜିଷ୍ଟ୍ରେସନ ଓ ସିଷ୍ଟମରେ ସାମିଲ ହେବା ପୂର୍ବରୁ କେୱାଇସି ପ୍ରୋସେସ୍ ପୁରା କରିବାକୁ ହେବ ।ପ୍ରତି ମାସର ଆରମ୍ଭରେ ସରକାର ଏଲପିଜି ଗ୍ୟାସ୍ ସିଲିଣ୍ଡରର ନୂଆ ରେଟ୍ ନିର୍ଦ୍ଧାରିତ କରିଥାନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post