ଆଇପିଏଲ ନିଲାମୀ: ପଞ୍ଜାବ କିଣିଲା ଧାୱନଙ୍କୁ ଓ ଅଶ୍ୱୀନଙ୍କୁ ରାଜସ୍ଥାନ ରୟାଲ୍ସ
ମେଟ୍ରୋ ଟିଭି ଓଡିଶା,୧୨/୨ : ଆରମ୍ଭ ହୋଇଛି ଆଇପିଏଲ ନିଲାମୀ । ଭାରତୀୟ ଦଳର ବରିଷ୍ଠ ଓପନର ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନଙ୍କୁ କିଣିଛି କିଙ୍ଗସ ଏକାଦଶ ପଞ୍ଜାବ । ୮ କୋଟି ୨୫ ଲକ୍ଷ୍ୟ ଟଙ୍କାରେ ପଞ୍ଜାବ ତାଙ୍କୁ କିଣିଛି ।
pic credit-CA
ଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । କିନ୍ତୁ ପରେ ପଞ୍ଜାବ ଜିତି ନେଇଥିଲା । ପୂର୍ବ ସିଜିନରେ ଦିଲ୍ଲୀ ପାଇଁ ଖେଳୁଥିବା ଧାଓ୍ୱନ ଚଳିତ ବର୍ଷ ପଞ୍ଜାବ ପାଇଁ ଖେଳିବେ । ଏହାସହ ନିଲାମରେ ବିକ୍ରି ହୋଇଥିବା ସେ ପ୍ରଥମ ଖେଳାଳ ହୋଇଛନ୍ତି ।
ଓପନର ଧାଓ୍ୱନଙ୍କୁ ନେଇ ପ୍ରଥମେ ଦିଲ୍ଲୀ ଓ ରାଜସ୍ଥାନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ କୋଟି ପରେ ପଞ୍ଜାବ ଧାଓ୍ୱନଙ୍କ ପାଇଁ ବିଡିଂ ଆରମ୍ଭ କରିଥିଲା । ପରେ ଦିଲ୍ଲୀ ମଧ୍ୟ ଆଉ ପଛରେ ନଥିଲା । କିନ୍ତୁ ପଞ୍ଜାବ ଶେଷରେ ସଫଳ ହୋଇଥିଲା ।
ଭାରତୀୟ ସ୍ପିନର ଆର ଅଶ୍ୱୀନଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ୫ କୋଟିରେ ଅଶ୍ୱିନଙ୍କୁ କ୍ରୟ କରିଛି ରାଜସ୍ଥାନ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଥିଲା । ଦିଲ୍ଲୀ ପ୍ରଥମେ ଅଶ୍ୱୀନଙ୍କ ପାଇଁ ନିଲାମ ଡାକିଥିଲେ ମଧ୍ୟ ରାଜସ୍ଥାନ ବାଜି ମାରିନେଇଥିଲା ।