ସରିଛି ନିର୍ବାଚନ । ଏବେ କିଏ ସରକାର ଗଠନ କରିବ ତାକୁ ନେଇ ଆଲୋଚନା ଚାଲିଛି । ମଧ୍ୟପ୍ରଦେଶରେ ଏକଜିଟ୍ ପୋଲରେ କଂଗ୍ରେସ ଓ ବିଜେପି ମଧ୍ୟରେ ଟକ୍କର ଦେଖିବାକୁ ମିଳୁଛି । ବିଜେପିର ଶିବରାଜ ସିଂ ଚୌହାନ୍ ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ଆଣ୍ଟି-ଇନକମ୍ବାନ୍ସି ଫ୍ୟାକ୍ଟରକୁ ନେଇ ପୁଣି କ୍ଷମତାକୁ ଫେରିବାକୁ ଦମ୍ ଲଗାଇଛି କଂଗ୍ରେସ। ମଧ୍ୟପ୍ରଦେଶରେ ମୋଟ୍ ୨୩୦ ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ରହିଛି ୧୧୬। ରିପବ୍ଲିକ୍ ଟିଭି- ମାଟ୍ରିଜ୍ ବିଜେପି ପୁଣି କ୍ଷମତାକୁ ଫେରିବା ନେଇ ଆକଳନ କରିଛି । ବିଜେପିକୁ ୧୧୮ରୁ ୧୩୦ ଆସନ, କଂଗ୍ରେସକୁ ୯୭ରୁ ୧୦୭ ଆସନ ଦେଇଛି । TV9 ଭାରତବର୍ଷ-ପୋଲଷ୍ଟାର୍ଟ ସର୍ଭେ ରିପୋର୍ଟରେ କଂଗ୍ରେସ ବାଜିମାତ୍ କରିବା ନେଇ ପୂର୍ବାନୁମାନ କରିଛି। କଂଗ୍ରେସକୁ ୧୧୧ରୁ ୧୨୧ ସିଟ୍ ଓ ବିଜେପିକୁ ୧୦୬ରୁ ୧୧୬ ସିଟ୍ ଦେଇଛି । ଜନ କି ବାତ କଂଗ୍ରେସକୁ ୧୦୨ରୁ ୧୨୫ ଓ ବିଜେପିକୁ ୧୦୦-୧୨୩ ଆସନ ମିଳିବା ନେଇ ଅନୁମାନ କରିଛି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post