ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ଆରମ୍ଭ

ପୁରୀ: ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ ହୋଇଛି। ପ୍ରଥମେ ରତ୍ନଭଣ୍ଡାରର ବାହାର ପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଆବଶ୍ୟକ ପଡ଼ିଲେ, ରତ୍ନଭଣ୍ଡାର ଭିତରପାର୍ଶ୍ବ କାନ୍ଥର ଲେଜର୍‌ ସ୍କାନିଂ ହେବ। ଏଥିସହ ଶ୍ରୀମନ୍ଦିର ପାର୍ଶ୍ବ ଦେବବେଦୀ ମନ୍ଦିର କାନ୍ଥର ବି ଲେଜର୍‌ ସ୍କାନିଂ କରାଯିବ। ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ଏହି କାମ ପାଇଁ ଅନୁମତି ପ୍ରଦାନ କରିଛି। ଏଥିପାଇଁ ଏକ ବୈଷୟିକ କମିଟି ବି ଗଠନ କରାଯାଇଛି। ଏହି କମିଟି ରତ୍ନଭଣ୍ଡାର ଲେଜର୍‌ ସ୍କାନିଂର ପ୍ରତ୍ୟକ୍ଷ ତତ୍ତ୍ବାବଧାନ କରିବ। ତେବେ କେତେଦିନ ଏହି ଲେଜର୍‌ ସ୍କାନିଂ ପ୍ରକ୍ରିୟା ଚାଲିବ, ତାହା ଜଣାପଡ଼ିନ‌ାହିଁ।ଏକ ୧୫ ଜଣିଆ ଟିମ୍‌କୁ ନେଇ ଲେଜର ସ୍କାନିଂ ଆରମ୍ଭ ହୋଇଥିବାର ଖବର ମିଳିଛି। ଏଥିରେ ଆର୍ଟିଷ୍ଟିକ, ସର୍ଭେଲାନ୍ସ, ଫଟୋଗ୍ରାଫି ଟିମ୍‌ ସାମିଲ, ଏଏସଆଇ କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ବୈଷୟିକ ଟିମ୍‌ ସାମିଲ ଅଛନ୍ତି।