ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉପରେ ବୟାନ ଦେଇ ବିବାଦ ମଧ୍ୟକୁ ଆସିଯାଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନଖର । ଏହି ମାମଲାକୁ ଲଜ୍ଜାଜନକ କହିବା ସହ କଂଗ୍ରେସ ସମେତ ବିରୋଧୀମାନେ ଏବେ ଉପରାଷ୍ଟ୍ରପତିଙ୍କ ଉପରେ ବର୍ଷିଛନ୍ତି । ଚାଟୁକାରିତା କରିବାର ଏକ ସୀମା ଅଛି । ମାତ୍ର ଶ୍ରୀ ଧନଖର ତାହାକୁ ପାର କରିଯାଇଛନ୍ତି ବୋଲି କଂଗ୍ରେସ ନେତା ମନିକମ ଟାଗୋର କହିଛନ୍ତି ।ଜୈନ ଗୁରୁ ଓ ଦାର୍ଶନିକ ରାମଚନ୍ଦ୍ରଜୀଙ୍କୁ ସମର୍ପିତ ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ଧନଖର କହିଥିଲେ, ‘ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି, ମହାତ୍ମାଗାନ୍ଧି ବିତିଯାଇଥିବା ଶତାବ୍ଦୀର ମହାପୁରୁଷ ଥିଲେ । ନରେନ୍ଦ୍ର ମୋଦୀ ଚଳିତ ଶତାବ୍ଦୀର ଯୁଗପୁରୁଷ ଅଟନ୍ତି । ଗାନ୍ଧି ସତ୍ୟ ଓ ଅହିଂସା ବଳରେ ବ୍ରିଟିଶଙ୍କ ଗୁଲାମରୁ ଦେଶକୁ ସ୍ୱାଧିନ କରିଥିଲେ । ମୋଦୀ ପ୍ରଗତି ମାର୍ଗରେ ଆମକୁ ଆଗକୁ ବଢ଼ାଉଛନ୍ତି । ମୋଦୀ ଓ ଗାନ୍ଧି ନୁହେଁ ଶ୍ରୀମଦ ରାମଚନ୍ଦ୍ରଜୀଙ୍କର ଶିକ୍ଷାକୁ ଦର୍ଶାଉଛନ୍ତି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post